କେନ୍ଦୁଝରଗଡ଼: ସଙ୍କୁଳସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ସୋମବାର ସନ୍ଧ୍ୟାରେ କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟଶାଳାରେ କେନ୍ଦୁଝର ସଙ୍କୁଳର ୧୦ଟି ବିଦ୍ୟାଳୟରୁ ମୋଟ ୧୫୮ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଛନ୍ତି। ଉକ୍ତ ସଭାକୁ ମୁଖ୍ୟଅତିଥି ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାକ୍ତନ ଜିଲ୍ଲା ସଂଘଚାଳକ କୈଳାଶ ଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ବିଭାଗ ପ୍ରଚାରକ ତପନ କୁମାର ନାୟକ, ସଂକୁଳ ପ୍ରମୁଖ ଚିତ୍ତରଂଜନ ପଟ୍ଟନାୟକ, ଏ.ଟି.ଏଲ୍. ପ୍ରାନ୍ତ ସଂଯୋଜକ ସୁବ୍ରତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଲୋଚନ ସାହୁ ଯୋଗ ଦେଇଥିଲେ। ଏଥିରେ ଶିଶୁବାଟିକା ପ୍ରଥମ ଦ୍ବିତୀୟ ମୌଳିକ ସ୍ତର, ୩ୟ ରୁ ୫ମଶ୍ରେଣୀ ପ୍ରସ୍ତୁତି ସ୍ତର ଓ ୬ଷ୍ଠ ରୁ ୮ମ ଶ୍ରେଣୀ ମଧ୍ୟ ସ୍ତର ଭାବରେ ୪ଟି ବିଭାଗରେ କାଳାଂଶ ଅନୁଷ୍ଠିତ ହେବ।
Popular Categories



