ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ଶନିବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ବରିଷ୍ଠ ଅଧ୍ୟାପିକା ବବିତା ସାହୁ ପୌରୋହିତ୍ୟ କରି ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସରିତା ଆଚାର୍ଯ୍ୟ, ବସିରା ବେଗମ୍ ଓ ରଶ୍ମିତା ପଣ୍ଡା ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ବିଶ୍ୱରେ ତଥା ଭାରତରେ ମହିଳାମାନେ କିପରି ନିଜର ପ୍ରତିଭାର ପରାକାଷ୍ଠା ପ୍ରତିପାଦିତ କରି ସେମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରମାଣିତ କରିପାରିଛନ୍ତି ସେ ବିଷୟରେ ବହୁ ଉଦାହରଣ ଦେଇଥିଲେ । ଆଜିର ନାରୀ ନିଜର ପାରଦର୍ଶିତା ବଳରେ ବହୁ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ହୋଇପାରିଛନ୍ତି ବୋଲି ବରିଷ୍ଠ ଅଧ୍ୟାପିକା ଶ୍ରୀମତି ସାହୁ ପ୍ରକାଶ କରିଥିଲେ । ଶେଷରେ ଅଧ୍ୟାପିକା ଶୁଭସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜ ଏନଏସଏସ, ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ଓ ଅନ୍ଯ ଛାତ୍ରୀ ଉପସ୍ଥିତ ଥିଲେ । କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Popular Categories



