ସିରିଜ ଚୋରୀ ଘଟଣାରେ ଜଣେ ଗିରଫ

କଳାପଥର (ବାଙ୍କୀ): ବୈଦ୍ୟେଶ୍ୱର ଥାନା ଅନ୍ତ୍ରର୍ଗତ ବଳଭଦ୍ରପୁର ଗ୍ରାମରେ ଗତ ଦୁଇମାସ ତଳେ ସିରିଜ ଚୋରି ଘଟଣାରେ ଜଣେ ଦୁର୍ବୁତ୍ତକୁ ପୁଲିସ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ନାରାୟଣ ନାଏକ ଓରଫ ମଣ୍ଟୁ। ଘର କଟକ ଜିଲ୍ଲା ନରସିଂହପୁର ଥାନା କାନପୁର ହୋଇଥିବା ବେଳେ ପିତାଙ୍କ ନାମ ଦେବେନ୍ଦ୍ର ନାଏକ ବୋଲି ଜଣାଯାଇଛି। ଦୀର୍ଘ ୧୨ ବର୍ଷ ହେଲା ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମ ମାମୁଁ ଘରେ ସପରିବାର ରହି ଆସୁଥିଲା। ସେ ରଜୀବ ଗ୍ରାମରେ ଥିବା ଇଟା ଫାକ୍ଟ୍ରିରେ କାମ କରେ। ଗୋଟିଏ ରାତିରେ ଗାଁରେ ଛଅ ଛଅଟି ଘରୁ ଲୁଟ ହୋଇଥିବାର ଅଭିଯୋଗ ହୋଇଥିଲା। ଫେରାର ହୋଇଥିବା ଯୁବକଙ୍କ ଉପରେ ରହିଥିଲା ପୁଲିସର ନଜର। ଗତକାଲି ବଳଭଦ୍ରପୁର ଗ୍ରାମର ହରି ନାଏକଙ୍କ ସ୍ତ୍ରୀ ବାଙ୍କୀର ଏକ ସୁନା ଦୋକାନକୁ ଗହଣା ବିକ୍ରି କରିବାକୁ ଯାଇଥିଲା ବେଳେ ବୈଦ୍ୟେଶ୍ୱର ପୁଲିସକୁ ସୂଚନା ମିଳିଥିଲା। ସେଠାରୁ ଅଚାନକ ଖବର ପାଇ ବୈଦ୍ୟେଶ୍ୱର ଥାନା ଆଇଆଇସି ସଞ୍ଜୟ ଜେନାଙ୍କ ସମେତ ସେକେଣ୍ଡ ଅଫିସର ପ୍ରଭାକର ନାୟକ ତାଙ୍କ ଦଳ ବଳ ଧରି ରଜୀଵ ଗ୍ରାମରେ ମାଡି ବସିଥିଲା ଫେରାର ଥିବା ଲୁଟେରାକୁ। ଗିରଫ ନାରାୟଣ ଓରଫ ମଣ୍ଟୁ ନିକଟରୁ ଭାଗ ମିଳିଥିବା ୩ଟି ସୁନା ମୁଦି ସହ ଗୋଟିଏ ମୋବାଇଲ ଜବତ ହୋଇଥିବା ଆଇଆଇସି ସଂଜୟ ଜେନା ସୂଚନା ଦେଇଛନ୍ତି।

Comments are closed.