ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ସମ୍ବଲପୁର: ଶୁକ୍ରବାର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁରଙ୍କ ସମ୍ବଲପୁର ଜିଲା ଗସ୍ତ ଅବସରରେ ବୁର୍ଲା ମହାନଦୀ କୋଇଲା କମ୍ପାନୀର ଅତିଥି ଭବନ ଠାରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସାକ୍ଷାତ୍ କରି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା, ଶ୍ରମିକର ମାନ୍ୟତା, ବେତନ ବୃଦ୍ଧି, ଏସ୍ ଏନ୍ ପି ମୂଲ୍ୟ ବୃଦ୍ଧି, ପୁରୁଣା ମୋବାଇଲ୍ ବଦଳରେ ଅଧିକ କ୍ଷମତା ଥିବା ମୋବାଇଲ୍ ଦେବା, ଅଣ୍ଡା ବଜାର ଦର ଅନୁସାରେ ଦେବା ପ୍ରଭୁତି ଦାବି ଉପସ୍ଥାପନ କରିଥିଲେ। ମନ୍ତ୍ରୀ ସକାରାତ୍ମକ ପ୍ରତିଶ୍ରୁତି ଦେଇଥିଲେ।
Comments are closed.