www.samajalive.in
Sunday, December 14, 2025
19.1 C
Bhubaneswar

ଦାବିପୁରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ସମ୍ବଲପୁର: ସମ୍ବଲପୁର ଜିଲା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଏଡିୟୁଜେ) ତରଫରୁ ସାମ୍ବାଦିକ ମାନଙ୍କର ଦାବିପୁରଣ ସକାଶେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ନୂତନ ସରକାର ଗଠନ ହେବାର ୮ ମାସ ପୁରଣ କରିଥିବା ବେଳେ ସାମ୍ବାଦିକ ମାନଙ୍କର ମୌଳିକ ଦାବି ‘ପେନସନ, ପ୍ରୋଟେକ୍ସନ ଓ ଆକ୍ରିଡେସନ’ କୁ ସମ୍ପୁର୍ଣ୍ଣ ଅଣଦେଖା କରାଯାଇଛି। ବିଗତ ଦିନରେ ବିଧାନସଭାର ବଜେଟ ଅଧିବେଶନ ସମୟରେ ସାମ୍ବାଦିକ ମାନଙ୍କ ବିଷୟ ବିଚାରକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ସଦ୍ୟ ଉପସ୍ଥାପିତ ପୁର୍ଣ୍ଣାଙ୍ଗ ବଜେଟରେ ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯାଇଛି। ଏଣୁ ଉଚ୍ଚସ୍ତରୀୟ ବୈଠକ ଡକାଇ ରାଜ୍ୟରେ ଅବସରପ୍ରାପ୍ତ ସାମ୍ବାଦିକ ମାନଙ୍କୁ ମାସିକ ଅନୁନ୍ୟ ୨୫ ହଜାର ଟଙ୍କାର ପେନସନ ପ୍ରଦାନ (ଏବେ ଦେଶର ୧୮ଟି ରାଜ୍ୟରେ ଲାଗୁ), ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ରାଜ୍ୟରେ ବିଗତ ୧୬ ବର୍ଷ ହେବ ସାମ୍ବାଦିକ ଅଧିସ୍ୱୀକୃତ କମିଟି ନାହିଁ। ଏଣୁ ତୁରନ୍ତ ରାଜ୍ୟରେ ସାମ୍ବାଦିକ ଅଧିସ୍ୱୀକୃତ କମିଟି ଗଠନ କରି ପିଆଇବି ଢ଼ାଞ୍ଚାରେ ରାଜ୍ୟ ଅଧିସ୍ୱୀକୃତି ନିୟମରେ ଆବଶ୍ୟକୀୟ ସଂଶୋଧନ କରାଯାଇ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜିଲା ସଭାପତି ପ୍ରଭାତ ବେହେରା, ହିମାଂଶୁ କୁମାର ଦାଶ, ହରିହର ନାଥ, ପ୍ରସନ୍ନ କୁମାର ପ୍ରଧାନ, ମନୋଜ ମୁୁଦୁଲି, ଦୁର୍ଗା ଶଙ୍କର ବାଗ, ଅମୁଲ୍ୟ ରଞ୍ଜନ ସ୍ୱାଇଁ, ହେମନ୍ତ କୁମାର ରାଉତ, ଦେବେନ୍ଦ୍ର ମିଶ୍ର, ସରୋଜ କୁମାର ସାହୁ, ରାଜେନ୍ଦ୍ର ନାଏକ, ଜୟନ୍ତ କୁମାର ଖଡିରତ୍ନ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories