www.samajalive.in
Sunday, December 14, 2025
19.1 C
Bhubaneswar

ଘଣ୍ଟେଶ୍ୱର ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଦାବି ମହଙ୍ଗା ପଡିଲା, ଆଞ୍ଚଳିକ ସୁରକ୍ଷା ମହାସଂଘ ସଭାପତିଙ୍କୁ ଆକ୍ରମଣ

ଧାମରା  : ଘଣ୍ଟେଶ୍ବର ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବଢି ବଢି ଚାଲିଥିବାବେଳେ ଏହି ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିବା ଜଣେ ସାମାଜିକ କର୍ମୀଙ୍କୁ ଗତକାଲି ରାତିରେ ମରଣାତ୍ମକ ଆକ୍ରମଣ ହୋଇଛି । ପ୍ରାପ୍ତ ଖବରରୁ ଘଂଟେଶ୍ୱର ଆଂଚଳିକ ସୁରକ୍ଷା ମହାସଂଘର ସଭାପତି ଅଞ୍ଜନ ଦାସ ଓ ତାଙ୍କ ପୁତୁରା ଗତକାଲି ଖଦାଳପୋଖରୀ ଗ୍ରାମରୁ ଫେରୁଥିବା ବେଳେ କଣ ପାଇଁ ଆମ ପଛରେ ପଡିଛ ବୋଲି କହି ୫-୬ ଜଣ ଅସାମାଜିକ ଯୁବକ ଆସି କୋଦାଳ ବେଣ୍ଟ ଏବଂ ବାଉଁଶରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅଞ୍ଜନ ଦାସ ଏବଂ ତାଙ୍କ ପୁତୁରା ବନ୍ଦନ ଦାସ ଆହତ ହୋଇଥିଲେ । ପରେ ବନ୍ଦନ ଦାସଙ୍କୁ ଭଦ୍ରକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଞ୍ଜନ ଦାସ ସାମାନ୍ୟ ଆହାତ ହୋଇଥିଲେ । ପରେ ଦାସ ଆସି ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ସଂପୃକ୍ତ ଆକ୍ରମଣକାରୀ ଯୁବକ ମାନେ ଶାସକ ଦଳର କର୍ମୀ ବୋଲି ସେମାନଙ୍କୁ ଗିରଫ କରାଯାଉ ନାହିଁ ବୋଲି ଅଞ୍ଜନ ଦାସ ଅଭିଯୋଗ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ କାହାରିଙ୍କୁ ଗିରଫ କରାଯାଇ ନଥିବାବେଳେ ଏହି ମରଣାତ୍ମକ ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ନିଜ ପ୍ରତିକ୍ରିୟା ରଖି କୁହନ୍ତି ଘଂଟେଶ୍ୱର ଅଂଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । ତୁରନ୍ତ ପ୍ରଶାସନ ଏହାର ମୁକାବିଲା କରିବା ଜରୁରୀ ହୋଇ ପଡିଛି ନଚେତ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥି ପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ । ଅନ୍ୟପଟେ ତୁରନ୍ତ ଶାନ୍ତି କମିଟି ଗଠନ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧୀକ୍ଷକ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories