www.samajalive.in
Sunday, December 14, 2025
19.1 C
Bhubaneswar

ପୋକ୍ସୋ ଅଦାଲତ ଦ୍ୱାରା ଅଭିଯୁକ୍ତ ଦଣ୍ଡିତ

ସମ୍ବଲପୁର: ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଅଞ୍ଚଳରେ ୨୦୨୧ ମସିହାରେ ରୁଜୁ ହୋଇଥିବା ନାବାଳିକା ଉତ୍ପିଡନ ମାମଲାରେ ଅଭିଯୁକ୍ତଙ୍କୁ ପୋକ୍ସୋ ଅଦାଲତ ଦଣ୍ଡିତ କରିଛନ୍ତି। ସେପ୍ଟେମ୍ବର ୨୦୨୧ ମସିହାରେ ଘଟଣା ଦିନ ପିଡିତା ନାବାଳିକା (୧୪) ତାର ବାପା, ମାଁ ଓ ଆଈ ସହିତ ପାଖ ଗ୍ରାମକୁ ଯାଇଥିଲା। ସେହି ଦିନ ଅଭିଯୁକ୍ତ ସୋନାଲୁ ଗର୍ଡ଼ିଆ (୪୨) ମଧ୍ୟ ଉକ୍ତ ଗ୍ରାମକୁ ତାର ବାଇକରେ ଯାଇଥିଲା। ସନ୍ଧ୍ୟା ସମୟରେ ପିଡିତା ଓ ତାର ବାପା ଅଭିଯୁକ୍ତର ବାଇକରେ ନିଜର ଗ୍ରାମକୁ ଫେରିଥିଲେ। ଗ୍ରାମ ମୁଣ୍ଡରେ ପିଡିତା ଓ ତାର ବାପା ଗାଡିରୁ ଓହ୍ଲାଇବା ପରେ ତାର ବାପା ଅନ୍ୟତ୍ର କାମରେ ଯିବାରୁ ପିଡିତା ଜଣକ ଘରକୁ ଏକାକୀ ଚାଲି ଚାଲି ଆସିଥିଲା। ପିଡିତା ଘରେ ରୋଷେଇ କରୁଥିବା ବେଳେ କିଛି ସମୟ ପରେ ଅଭିଯୁକ୍ତ ତାର ଘରେ ପହଂଚି ଜୋରଜବରଦସ୍ତି କରିବା ପାଇଁ ଟଣା ଓଟରା କରିଥିଲା। ତେବେ କୌଣସି ମତେ କୌଶଳ କରି ପିଡିତା ରୋଷେଇ ଘରୁ ବାହାରି ଯାଇ ଲୁଚି ଯାଇଥିଲା। ଏହା ପରେ ପିଡିତା ସମସ୍ତ ବିଷୟ ବାପା ଓ ମାଁ କୁ କହିଥିଲା। ଫଳରେ ଶାସନ ଥାନାରେ ଅଭିଯୋଗ କରିବାରୁ ଏକ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ସମୟ କରିଥିଲା। ଏହି ମାମଲାର ଶୁଣାଣି ସମୟରେ ସମୁଦାୟ ୧୨ ଜଣ ସାକ୍ଷ୍ୟ ଗ୍ରହଣ ଓ ବିଭିନ୍ନ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ପୋକ୍ସୋ ଅଦାଲତର ବିଚାରପତି ଅଭିଳାଶ ସେନାପତି ମଙ୍ଗଳବାର ତାଙ୍କର ଫଇସଲା ଶୁଣାଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories