କେନ୍ଦୁଝରଗଡ଼଼: କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦୁଝର ଠାରେ ଶନିବାର ସକାଳେ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟରେ ଏକ ସଚେତନତା ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ଏହି ଗଣଦୌଡକୁ ରୋଟାରୀ କ୍ଲବ କେନ୍ଦୁଝରର ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ, ରୋଟାରିଆନ୍ ଦେବବ୍ରତ ସ୍ୱାଇଁ, ଶିକ୍ଷକ ବିଜୟ କୁମାର ବେହେରା, ମଳୟ ମହାପାତ୍ର, ପ୍ରଣତି ମହାନ୍ତି ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଏହି ଗଣଦୌଡରେ ଅଂଶଗ୍ରହଣ କରି କେନ୍ଦୁଝର ସହର ପରିକ୍ରମା କରିଥିଲେ। କେନ୍ଦୁଝର କାଳୀପଡ଼ିଆ ଠାରେ ଅନୁଷ୍ଠିତ ଏକ ସଭାରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାର୍ହୀ ଅଧିକାରୀ କୁମାର ନାଗଭୂଷଣ, ଜିଲା ଭୂୟାଁ ସାଂସ୍କୃତିକ ସଙ୍ଗଠନର ସମ୍ପାଦକ ଶ୍ୟାମସୁନ୍ଦର ନାୟକ, ପ୍ରଣତି ମହାନ୍ତି, ଜଗବନ୍ଧୁ ଦାସ ଓ କିଟ୍ ଓ କିସ୍ କେନ୍ଦୁଝର ସଙ୍ଗଠନର ସଦସ୍ୟ ମାନେ ଶିକ୍ଷାର ଆବଶ୍ୟକତା ଓ ଶିକ୍ଷା କ୍ଷେତ୍ରରେ କିଟ୍, କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ ବଶ୍ ପ୍ରଶଂସନୀୟ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, କେନ୍ଦୁଝର ସମେତ ୧୦ଟି ଜିଲାରେ କିସ୍ର ଶାଖା ଖୋଲାଯାଇ ଲକ୍ଷାଧିକ ଆଦିବାସୀ ପିଲାମାନଙ୍କୁ ମାଗଣା ଶିକ୍ଷାଦାନ ପାଇଁ ଶ୍ରୀ ସାମନ୍ତଙ୍କ ଉଦ୍ୟମ ଜାରି ରହିଛି।
Popular Categories



