ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଦିଲ୍ଲୀ ପାଇଁ ସଂକଳ୍ପପତ୍ର ଜାରି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପାଇଁ ସଂକଳ୍ପପତ୍ର ଘୋଷଣା କରିଛନ୍ତି। ଏହି ସଂକଳ୍ପପତ୍ରରେ ଆପ୍ ମୁଖ୍ୟ କେଜରିୱାଲଙ୍କୁ ନିଶାନା କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପାଇଁ ସଂକଳ୍ପପତ୍ର ଜାରି ଅବସରରେ କହିଛନ୍ତି ଯେ ମୋ’ ଜାଣିବାରେ ଆପ୍ ମୁଖ୍ୟ କେଜରିୱାଲ ସବୁଠୁ ବଡ଼ ମିଛୁଆ। କେଜରିୱାଲ ଯାହା କୁହନ୍ତି ତାହା ପୂରଣ କରନ୍ତିନି। କେଜରିୱାଲଙ୍କ ସମୟରେ ସବୁଠୁ ବଡ଼ ଦୁର୍ନୀତି ହୋଇଛି। ବିଜ୍ଞାପନ ଖର୍ଚ୍ଚକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଦିଲ୍ଲୀବାସୀଙ୍କ ସମ୍ପତି ବଢ଼ିଲାନି, ୫୧କୋଟିର ଶିସମହଲ କଲେ। ୨୪ହଜାର ୪୦୦ କୋଟିର ଜଳ ବୋର୍ଡ ଦୁର୍ନୀତି କଲେ। ଆମ ଦଳର ସଂସ୍କୃତି ହେଲା ଯାହା କହିବୁ ତାହା କରିବୁ। ତାଙ୍କ ଦଳର ସଂସ୍କୃତି ହେଲା ପ୍ରତିଶ୍ରୁତି ଦେଇ ଟାଟା ବାଏବାଏ କରିବା। ସବସିଡିରେ ଏଲପିଜି ସିଲିଣ୍ଡର, ଆୟୁଷ୍ମାନ ଭାରତ ଲାଗୁ କରିବୁ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି।
Popular Categories



