ମୌଳିକ ଅଧିକାରରୁ ବଞ୍ଚିତ ଗ୍ରାମବାସୀ

ରାୟଗଡ଼ା: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଠାରୁ ଚାରି କିଲୋମିଟର ଦୂରରେ ଥିବା ଲମ୍ବେରୀ ଓ ଗୁମ୍ରାପୁଟ ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ଆଗରେ ସତ୍ୟାଗ୍ରହ କରିଥିଲେ। ଦୁଇ ଗ୍ରାମର ଶହ ଶହ ଆବାଳବୃଦ୍ଧବନିତା ୧୬ କିଲୋମିଟର ରାସ୍ତା ଚାଲି ଚାଲି ସଂଧ୍ୟାରେ କାଶୀପୁର ବ୍ଲକ ସମ୍ମୁଖରେ ପହଞ୍ଚିବା ପରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ।

କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତର ଦୁଇ ଗାଁ ଲମ୍ବେରୀ ଓ ଗୁମ୍ରାପୁଟ ଗ୍ରାମବାସୀ ମୈ।ଳିକ ସୁବିଧାରୁ ବଂଚିତ।‌ ଗାଁ ରେ ସାମାନ୍ୟ ପିଇବା ପାଣି, ଅଙ୍ଗନୱାଡ଼ି, ରାସ୍ତା, ବିଦ୍ୟୁତ୍ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଛି। ଏହାର ସମାଧାନ ପାଇଁ ଗ୍ରାମବାସୀମାନେ ଗତ ଡ଼ିସେମ୍ବର ୫ ତାରିଖରେ ବ୍ଲକ ପ୍ରଶାସନ ନିକଟରେ ଲିଖିତ ଭାବେ ଜଣାଇଥିଲେ। ଏହାପରେ ପୁଣି ଗତ ୨୦ ତାରିଖରେ ଜିଲାପାଳଙ୍କ ଉର୍ଦ୍ଧେଶ୍ଯରେ ଆଉ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେଥିରେ ୨୩ ପୂର୍ବରୁ ଦାବି ପୂରଣ ପାଇଁ ଜିଲା ପ୍ରଶାସନକୁ ସମୟ ଦେଇଥିଲେ। ହେଲେ ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ ନକରିବାରୁ ଆଜି ସକାଳୁ ଦୁଇ ଗ୍ରାମର ଶହ ଶହ ପୁରୁଷ, ମହିଳା, ଛୋଟ ପିଲାମାନ, ବୃଦ୍ଧ, ବୃଦ୍ଧାମାନେ ୧୬ କିଲୋମିଟର ପଦଯାତ୍ରା କରି ବ୍ଲକ ସମ୍ମୁଖରେ ପହଞ୍ଚିବା ପରେ ସତ୍ୟାଗ୍ରହରେ ବସିବା ପାଇଁ ନିଷ୍ପତ୍ତି ଶୁଣାଇ ଥିଲେ। ଗ୍ରାମବାସୀଙ୍କ ନିଷ୍ପତି କ୍ରମେ ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ସରକାରୀ ଛୁଟି ଥିବା ବେଳେ ସତ୍ୟାଗ୍ରହ ସ୍ଥଳରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅତିରିକ୍ତ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ମୌଳିକ ଅଧିକାର ଦାବି ପୂରଣ ନହେବା ଯାଏ ଗ୍ରାମବାସୀ ମାନେ ଗାଁକୁ ଫେରିବୁ ନାହିଁ ବୋଲି ରୋକ ଠୋକ ଶୁଣାଇଥିଲେ। ଏହି ଆନ୍ଦୋଳନରେ ଗାଁ ର କାତ୍ରୁ ମାଝୀ, ଲମ୍ବୁ ମାଝୀ, ନକୂଳ ମାଝୀ, ଅଭି ମାଝୀ, ଦୂର୍ଯ୍ୟ ମାଝୀ, ଥବିର୍ ମାଝୀ, ଧାନୁ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.