www.samajalive.in
Monday, December 15, 2025
16.1 C
Bhubaneswar

ଟିକଟକ୍ ବନ୍ଦ ହେବା ପରେ ଆମେରିକାରେ ୧୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଆଇଫୋନ୍ ! ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ୧୯ ଜାନୁୟାରୀ ୨୦୨୫ରେ ଆମେରିକା ଟିକଟକ୍ ଉପରେ ଅସ୍ଥାୟୀ କଟକଣା ଲଗାଇଥିଲା । ଏହାପରେ ଆପକୁ ଆପଲ୍ ଆପ୍ ଷ୍ଟୋର ଓ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ତେବେ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶ ଅନୁସାରେ କଟକଣାକୁ ରୋକିଦିଆଯାଇଛି । କିନ୍ତୁ ଉପଭୋକ୍ତା ଏବେ ଟିକଟକକୁ ପୁଣି ଥରେ ଡାଉନଲୋଡ୍ କରିପାରୁନାହିଁନ୍ତି ।

ଟିକଟକକୁ ଆକ୍ସେସ୍ କରିବା ପାଇଁ ଲୋକେ eBay ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ଆଇଫୋନ୍ କିଣୁଛନ୍ତି । eBay ରେ ଟିକଟକ୍ ଲୋଡେଡ୍ ଆଇଫୋନର ଚାହିଦା ତୀବ୍ର ଗତିରେ ବଢୁଛି । ଏପରିକି ଟିକଟକ୍ ଇନଷ୍ଟଲ୍ ହୋଇଥିବା ଆଇଫୋନ୍ ୧୫ ପ୍ରୋର ଦାମ୍ ଭାରତୀୟ ମୁଦ୍ରା ଅନୁସାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା ଇବାଏରେ ନଜର ଆସୁଛି । ୟୁଜର୍ସ ଆପ୍ ଇନଷ୍ଟଲ୍ ହୋଇଥିବା ଯୋଗୁଁ ମହଙ୍ଗା ଦାମରେ ଆଇଫୋନ୍ କିଣୁଛନ୍ତି । ନୂଆ ୟୁଜର୍ସ ଟିକଟକକୁ ଡାଉନଲୋଡ୍ କରିପାରୁନାହାଁନ୍ତି । ଏଥିଯୋଗୁଁ ପ୍ରି-ଲୋଡେଡ୍ ଆଇଫୋନ୍ସର ଚାହିଦା ବଢୁଛି । କିନ୍ତୁ କ୍ରେତାଙ୍କୁ ଏଥିନେଇ ସତର୍କ ରହିବା ଉଚିତ୍ । ଏଥିରେ ଠକେଇ ଆଶଙ୍କା ରହିଛି ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories