www.samajalive.in
Monday, December 15, 2025
14.1 C
Bhubaneswar

ଆରଏସଏସ ପକ୍ଷରୁ ସ୍ୱର ମଙ୍ଗଳମ

ସମ୍ବଲପୁର: ଗୁରୁବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମବାର୍ଷିକୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଦ୍ୱାରା ’ସ୍ୱର ମଙ୍ଗଳମ୍’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରେ ମାଁ ସମଲେଶ୍ୱରୀ ମନ୍ଦିର ପରିସରରେ ହୋଇଥିଲା। ଏହି ଅବସରରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଜଗତର ୧୧ ଜଣ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ। ୫୪ ଜଣ ଘୋଷ ବାଦକ ୩୭ ଟି ଘୋଷ ରଚନା ବାଦନ କରିଥିଲେ। ଆନକ, ପଣବ, ଶଙ୍ଖ, ତୁର୍ଯ୍ୟ, ବେଣୁ, ସ୍ୱରଦ, ମଧୁରିକା, ଝାଞ୍ଜ, ତ୍ରିଭୁଜ, ଗୋ ମୁଖ ଇତ୍ୟାଦି ବାଦ୍ୟ ପ୍ରଦର୍ଶିତ ହୋଇଥିଲା। ଘୋଷ ବାଦକଙ୍କ ଦ୍ୱାରା ବିପତ୍ ତାଳ, ଧନୁ ତୀର, ସ୍ୱସ୍ତିକ, ଶିବଲିଙ୍ଗ ଇତ୍ୟାଦି ସଂରଚନା ପ୍ରଦର୍ଶିତ ହୋଇଥିଲା। ପରମାର୍ଥ, ଗୋବର୍ଦ୍ଧନ, ଭୂପ, ପାହାଡି, ଜୟସ୍ତୁତେ, ବଙ୍ଗଶ୍ରୀ, ମେୱାଡ, ଦେଶକାର, ଶିବରଞ୍ଜନୀ, କର୍ଣ୍ଣାଟକୀ, ଦଶମେଶ, ତିଲକ କାମୋଦ ଇତ୍ୟାଦି ରଚନା (ରାଗ) ପ୍ରଦର୍ଶନ କରିଥିଲେ। ଏହି ଅବସରରେ ପ୍ରାନ୍ତ ସଂଘଚାଳକ ଡକ୍ଟର ସନାତନ ପ୍ରଧାନ ଜୀ ତାଙ୍କର ବକ୍ତବ୍ୟ ରଖିଥିଲେ। ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୁଖ ହରେକୃଷ୍ଣ ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories