www.samajalive.in
Tuesday, December 9, 2025
17.1 C
Bhubaneswar

ସମବାୟ ସପ୍ତାହ ଅବସରରେ ଗଣଦୌଡ ଓ ବକ୍ତୃତା ପ୍ରତିଯୋଗିତା

କେନ୍ଦୁଝରଗଡ଼: କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଗୁରୁବାର ୭୧ତମ ନିଖିଳ ସମବାୟ ସପ୍ତାହ ଉଦ୍‌‌ଘାଟିତ ହୋଇଯାଇଛି। ଏହି ଅବସରରେ ସକାଳେ ରାଷ୍ଟ୍ରଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖରୁ ଏକ ସଚେତନତା ଗଣଦୌଡକୁ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି. ପତାକା ହଲାଇ ଶୁଭାରମ୍ଭ କରିଥିଲେ। ସହରର ବହୁ ସମବାୟପ୍ରେମୀଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଏହି ଗଣଦୌଡରେ ସାମିଲ ହୋଇ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ଶୋଭାଯାତ୍ରା ପହଞ୍ଚିଥିଲା। ଶୋଭାଯାତ୍ରା ପହଞ୍ଚିବା ପରେ ଜିଲା ସମବାୟ ସଂଘ ସଭାପତି ଅଟଳ ବିହାରୀ ଶତପଥୀଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ସମବାୟ ଉପନିବନ୍ଧକ କେନ୍ଦୁଝର ଶଭ୍ରକାନ୍ତି ତୁଙ୍ଗ ଓ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ପ୍ରମୋଦ କୁମାର ଦାଶ ସମବାୟ ପତାକା ଉତ୍ତୋଳନପୂର୍ବକ ୭୧ତମ ନିଖିଳ ସମବାୟ ସପ୍ତାହ ପାଳନର ଶୁଭାରମ୍ଭ ଘୋଷଣା କରିଥିଲେ। ଜିଲା ସମବାୟ ସଂଘ ସମ୍ପାଦକ ଆଶିଷ ପ୍ରିୟଦର୍ଶି ସମବାୟ ସପ୍ତାହ ପାଳନ ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ସମବାୟ ସଚିବ, ସମବାୟ ସମିତି ସମୂହ ରେଜିଷ୍ଟ୍ରାରଙ୍କ ବାର୍ତ୍ତାକୁ ପଢ଼଼ି ଶୁଣାଇଥିଲେ। କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ତାରିଣୀ ଦାଶ, ସନ୍ତୋଷ ମିଶ୍ର, ଆଲୋକ ବଳ, ଜିତେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏହି ଅବସରରେ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ବୁଧବାର ‘ବିକଶିତ ଭାରତ ନିର୍ମାଣରେ ସମବାୟର ଭୂମିକା’ ଶୀର୍ଷକ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଦ୍ୟାଳୟସ୍ତରରେ ରବୀନ୍ଦ୍ର ବିଦ୍ୟା ନିକେତନର ଛାତ୍ରୀ କୃତୀଦୀପାଳୀ ଦାଶ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ କେନ୍ଦୁଝରର ଛାତ୍ର ଲୀକ୍ଷିତ କୁମାର ମହାନ୍ତ ଓ ନିର୍ମଳା କନଭେଣ୍ଟ ସ୍କୁଲ କେନ୍ଦୁଝରର ଛାତ୍ରୀ ଅର୍ଚ୍ଚିତା ରାଉତ ଏବଂ ମହାବିଦ୍ୟାଳୟସ୍ତରରେ ଆନନ୍ଦପୁର ମହାବିଦ୍ୟାଳୟର ଛାତ୍ରୀ ଏଲିନା ସାହୁ, ରବୀନ୍ଦ୍ର ବିଦ୍ୟା ନିକେତନର ଛାତ୍ର ସୌମ୍ୟ ବାଥରେ ଓ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ଛାତ୍ରୀ ଶତାବ୍ଦୀ ମହାନ୍ତି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଏହି ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୨୦ ତାରିଖ ଜିଲା ସଂସ୍କୃତି ଭବନରେ ଅନୁଷ୍ଠିତ ହେବାକୁଥବା ଜିଲାସ୍ତରୀୟ ସମବାୟ ସପ୍ତାହ ସମାରୋହରେ ପୁରସ୍କୃତ କରାଯିବ ବୋଲି ଜିଲା ସମବାୟ ସଂଘ ସଭାପତି ଶ୍ରୀ ଶତପଥୀ ଏହା କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories