ଆଠଗଡ: ଆଠଗଡ ସହରର ରାସରସିକପୁର ସାହିରେ କାର୍ତ୍ତିକେଶ୍ଵର ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି। ସୋମବାର ପଞ୍ଚକରେ ଆରମ୍ଭ ହୋଇଥିବା କାର୍ତ୍ତିକେଶ୍ଵର ପୂଜା କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଚାଲିବ। ପୂଜା ମଣ୍ଡପରେ ନିଷ୍ଠାର ସହିତ ପୂଜାନୀତି ସହିତ ହୋମଯଜ୍ଞ ଅନୁଷ୍ଠିତ ହୋଇଛି। ରାସରସିକପୁର କାର୍ତ୍ତିକେଶ୍ଵର ପୂଜା କମିଟି ପକ୍ଷରୁ ଦୀର୍ଘ ବର୍ଷ ହେଲା ପୂଜା ଆୟୋଜିତ ହୋଇଆସୁଛି। ପୂଜା ମଣ୍ଡପ ସୁନ୍ଦର ସାଜସଜ୍ଜା ସହିତ ରାସ୍ତାର ଦୁଇପାର୍ଶ୍ବରେ ରଙ୍ଗୀନ ଆଲୋକମାଳା ଝଲସୁଛି। ପୂଜା କମିଟିର ସଦସ୍ୟ ଏବଂ ସାହିର ଯୁବକମାନେ ମିଳିତ ଭାବେ ଏହି କାର୍ତ୍ତିକେଶ୍ଵର ପୂଜା ଆୟୋଜନ କରିଛନ୍ତି। କାର୍ତ୍ତିକ ପୂର୍ଣ୍ଣମୀ ରାତିରେ ବିସର୍ଜନ ଓ ତା ପରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।
Popular Categories



