www.samajalive.in
Thursday, December 11, 2025
26.1 C
Bhubaneswar

ସାହାରପଡାରେ ମାଣ୍ଡିଆ ଅମଳ ଦିବସ ପାଳନ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ସାହାରପଡା ଗ୍ରାମରେ ଚଳିତ ଖରିଫ ଋତୁ ପାଇଁ ମାଣ୍ଡିଆ ଅମଳ ଦିବସ ପାଳିତ ହୋଇଛି। ଶ୍ରୀଅନ୍ନ ଅଭିଯାନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ବିକାଶ ଅଧିକାରୀ ଗୋକୁଳଚନ୍ଦ୍ର ସାହୁ, ସାହାରପଡା ବ୍ଲକ କୃଷି ଅଧିକାରୀ ତନୟା ସାହୁ, ସହ କୃଷି ଅଧିକାରୀ ପ୍ରଜ୍ଞା ପରିମିତା ଜେନା, ସାହାରପଡା କୃଷି ଅଧିଦର୍ଶକ ହରେକୃଷ୍ଣ ଭୂୟାଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ମାଣ୍ଡିଆ ଚାଷର ସରକାରୀ ସହାୟତା, ଚାଷ କରିବାର ସହାୟତା ଏବଂ ବିକ୍ରିର ମାଧ୍ୟମ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଗ୍ରାମର ଅଧିକରୁ ଅଧିକ ଚାଷୀଙ୍କୁ ମାଣ୍ଡିଆ ଚାଷ କରି ତାର ଲାଭ ଉଠାଇବା ପାଇଁ ଚାଷୀ ମାନଙ୍କୁ ନିବେଦନ କରିଥିଲେ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ କୃଷି ବିଭାଗର ସହାୟତାରେ ଉକ୍ତ କାର୍ଯ୍ୟକ୍ରମକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିୱାଇଏସଡିର ବ୍ଲକ ସଂଯୋଜିକା ସମ୍ବିତ ପ୍ରଜ୍ଞା ପରିମିତା, ସହ ସଂଯୋଜିକା ପ୍ରୀତିନନ୍ଦା ବେଉରା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ମାଣ୍ଡିଆ କ୍ଷେତ୍ରରେ ଫସଲ କଟା ପରୀକ୍ଷଣ କରାଯାଇ ହେକ୍ଟର ପ୍ରତି ମାଣ୍ଡିଆ ଉତ୍ପାଦନର ଆକଳନ କରାଯାଇଥିବା ବେଳେ ପାର୍ଥସାରଥୀ ପାତ୍ର, ସୁଧାଂଶୁ ଶେଖର ନାୟକ, ସରୋଜ କୁମାର ବାରିକ, ସତ୍ୟପ୍ରିୟ ମହାନ୍ତ, ସ୍ନିଗ୍ଧରାଣୀ ମହାନ୍ତ, ଉଦ୍ୟନାଥ ମାରାଣ୍ଡି, ଲକ୍ଷ୍ମଣ ମୁର୍ମୁ, ରାମଦାସ ଟୁଡୁ, ଦୁଲ୍ଲା ଟୁଡୁ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories