www.samajalive.in
Monday, December 15, 2025
15.1 C
Bhubaneswar

ଶିକ୍ଷାନୁଷ୍ଠାନ ହେବ ନିଶାମୁକ୍ତ – ୩୦୦ ଫୁଟ ଭିତରେ ନିଶା ବିକ୍ରି ନିଷିଦ୍ଧ

ଭୁବନେଶ୍ବର: ବିଦ୍ୟାର୍ଥୀଙ୍କୁ ନିଶାଠାରୁ ଦୂରରେ ରଖିବା ପାଇଁ ଶିକ୍ଷାନୁଷ୍ଠାନ ନିକଟରେ ପାନ, ବିଡ଼ି, ଗୁଟ୍‌ଖା ଆଦିର ବିପଣନ ଓ ସେବନ ହୋଇପାରିବ ନାହିଁ। ଏପରିକି ଶିକ୍ଷାନୁଷ୍ଠାନର ବାହ୍ୟବଳୟ ବା ପାଚେରୀ ଠାରୁ ୩୦୦ ଫୁଟ ବା ୯୨ ମିଟର ଭିତରେ କୌଣସି ମାଦକଦ୍ରବ୍ୟ ଦୋକାନ ରହିପାରିବନାହିଁ। କୋଟପା ଆଇନରେ ଏଭଳି ସ୍ପଷ୍ଟ ବ୍ୟବସ୍ଥା ରହିଛି। ମାତ୍ର ଯୁବପୀଢିକୁ ଏଥିରୁ ମୁକ୍ତ ରଖିବାରେ ସଫଳ ହୋଇପାରୁନାହାନ୍ତି ସରକାର। ଏଭଳି ସ୍ଥିତିରେ ତମାଖୁମକ୍ତ ଶିକ୍ଷାନୁଷ୍ଠାନ ପାଇଁ ପୁଣି ଅଣ୍ଟା ଭିଡ଼ିଛନ୍ତି ସରକାର। ଶିକ୍ଷାନୁଷ୍ଠାନ ଗୁଡ଼ିକର ବାହ୍ୟ ସୀମାରୁ ପ୍ରାୟ ୩୦୦ ଫୁଟ (୯୨ ମିଟର) ଅଞ୍ଚଳ ଚିହ୍ନିତ କରିବାକୁ କୁହାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ୬୦ ଦିନିଆ ତମାଖୁମୁକ୍ତ ଯୁବ ଅଭିଯାନ ୨.୦ ଆରମ୍ଭ କରାଯାଇଛି। ତମାଖୁ ବ୍ୟବହାର ଠାରୁ ଦୂରେଇ ରହିବା, ତମାଖୁ ସେବନକାରୀଙ୍କୁ ସେଥିରୁ ନିବୃତ୍ତ କରାଇବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଅଭିଯାନର ଉଦ୍ଦେଶ୍ୟ। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହି ଅଭିଯାନ ପାଳନ ଲାଗି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶ୍ବତୀ ଏସ୍. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି। ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦେଶ ଜାରି କରିବାକୁ କୁହାଯାଇଛି।

- Advertisement -

ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସମସ୍ତେ ଏକାଠି ହୋଇ ତମାଖୁ ଦ୍ରବ୍ୟ ବ୍ୟବହାର କରିବେ ନାହିଁ ବୋଲି ଶପଥ ନେବେ। ପୋଷ୍ଟର, ସ୍ଲୋଗାନ, ପ୍ରବନ୍ଧ, କୁଇଜ୍‌, ବିତର୍କ ଆଦି ବିଭିନ୍ନ ପ୍ରତିଯୋଗିତା ଓ ପଥପ୍ରାନ୍ତ ନାଟକ କରାଯିବ। ତମାଖୁର କ୍ଷତିକାରକ ପ୍ରଭାବ ସମ୍ପର୍କିତ ସଚେତନତା ପୋଷ୍ଟର ପ୍ରଦର୍ଶନୀ. ତମାଖୁ ନିୟନ୍ତ୍ରଣ ପଦକ୍ଷେପକୁ ପରିଚାଳନା କମିଟି ଉତ୍ସାହିତ କରିବା ସହ ଏ ଦିଗରେ ଭଲ କାମ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କାର ଦେବାକୁ ପରାମର୍ଶ ଦିଆଯାଇଛି। ତମାଖୁ ନିୟନ୍ତ୍ରଣ ସମ୍ପର୍କରେ ବକ୍ତବ୍ୟ ଦେବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ବିଦ୍ୟାଳୟ ଗୁଡ଼ିକ ନିମନ୍ତ୍ରଣ କରିପାରିବେ ବୋଲି ପ୍ରସ୍ତାବ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories