କୁମ୍ଭୀର ଟାଣିନେବା ଘଟଣା – ନଦୀକୂଳକୁ ନଯିବା ପାଇଁ ସର୍ତକ କଲା ବନବିଭାଗ
ଆରଡି: ଶୀତଳପୁର ଗାଁରେ ସାଳନ୍ଦୀ ନଦୀରେ ହିଂସ୍ର କୁମ୍ଭୀର ବୁଲୁଥିବା ନେଇ ସଚେତନ କଲା ଭଦ୍ରକ ବନଖଣ୍ଡ ବିଭାଗ। ନଦୀଘାଟରେ ଲଗାଇଛି ସଚେତନତା ଫଳକ ମାରି ଗାଁ ଲୋକଙ୍କ ସହ କଲେ ଆଲୋଚନା। ଗାଁ ଲୋକଙ୍କ ଚଳପ୍ରଚଳ ପାଇଁ ବନଖଣ୍ଡ ବିଭାଗ ପକ୍ଷରୁ ନିର୍ମାଣ ହେବ ସ୍ଥାୟୀଘାଟ। ଏଥିସହ ନଦୀ କଡରେ ଲାଗିବ ତାରବାଡ ଏପରି ସୂଚନା ଦେଇଛନ୍ତି ଭଦ୍ରକ ବନଖଣ୍ଡ ବିଭାଗର ସହକାରୀ ଅଧିକାରୀ ସୁମିତ ମହାନ୍ତି। ସୂଚନା ଅନୁଯାୟୀ ଗତ ସୋମବାର ସକାଳ ସମୟରେ ଶୀତଳପୁର ଗାଁ ରାସ୍ତା ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀରେ ମଇଁଶି ପାଣି ପିଉଥିବା ସମୟରେ ୧୫-୧୬ ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା। ଏପରିକି ଦୀର୍ଘ ସମୟ ଧରି ନଦୀରେ ମଇଁଷିକୁ ଖାଇବା ସହ ଘୂରି ବୁଲିଥିଲା। ଦୀର୍ଘଦିନ ହେବ ସାଳନ୍ଦୀ ନଦୀ ସମେତ ବୈତରଣୀ ନଦୀରେ ୩-୪ ହିଂସ୍ର କୁମ୍ଭୀର ଘୂରିବୁଲିବା ସହ କେତେବେଳେ ଗୃହ ପାଳିତ ପଶୁ ତ ଆଉ କେତେବେଳେ ମଣିଷଙ୍କୁ ଝାମ୍ଫ ମାରୁଥିବା କହିଛନ୍ତି ନଦୀ କୂଳିଆ। ଯାହାର ଭୟରେ ମତ୍ସ୍ୟଜୀବୀଙ୍କ ସହ ଗାଁ ଲୋକ ନଦୀ ନିକଟକୁ ଯିବା ପାଇଁ ଭୟ କରୁଛନ୍ତି।
Comments are closed.