www.samajalive.in
Sunday, December 14, 2025
19.1 C
Bhubaneswar

ଧାନମଣ୍ଡି ସ୍ଥିତି ପରଖିଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା କେନ୍ଦୁଝର ନିୟନ୍ତ୍ରିତ ବଜାର କମିଟି ଅଧିନ ଗୋଦାମ ଓ ଧାନ ମଣ୍ଡି ସ୍ଥିତି ପରଖିଛନ୍ତି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଆଜି ଅପରାହ୍ନରେ ଏହି ପ୍ରତିନିଧୀଦଳ ଢେଙ୍କିକୋଟ ରେ ପହଂଚିବା ପରେ ଢେଙ୍କିକୋଟ ଲ୍ୟାମ୍ପସର କର୍ମଚାରୀ ମାନେ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହି ପ୍ରତିନିଧି ଦଳରେ ଆରଡିସି ସମ୍ବଲପୁର ସଚ୍ଚିନ ରାମଚନ୍ଦ୍ର ଯାଦବ, କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ, ଜିଲ୍ଲା ପରିଷଦ ସିଡ଼ିଓ କେ.ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ, ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ, ଡିଆରସିଏସ୍ ଶୁଭ୍ରକାନ୍ତି ତୁଙ୍ଗ ପ୍ରମୁଖ ଅନ୍ୟମାନେ ସାମିଲ ଥିଲେ। ପ୍ରତିନିଧି ଦଳ ଢେଙ୍କିକୋଟ ଟିକିରା ସୀମାରେ ଥିବା ଆରଏମସି ଅଧିନ ହାଟ ପଡିଆରେ ଥିବା ଗୋଦାମ ଘର ଭିତ୍ତି ଭୂମି ତଦାରଖ କରିଥିଲେ। ଧାନ କ୍ରୟରେ ସମ୍ପୂର୍ଣ ସ୍ୱଚ୍ଛତା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରିପ୍ରେକ୍ଷୀରେ ଆଜିର ଏହି ପରିଦର୍ଶନକୁ ଗୁରୁତ୍ୱ ଦିଆଯାଇଛି। ଆରଏମସିର ପ୍ରତିନିଧି ଗୋଦାମ ସମ୍ବନ୍ଧୀୟ ସୂଚନା ପ୍ରତିନିଧି ଦଳଙ୍କୁ ପ୍ରଦାନ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories