www.samajalive.in
Sunday, December 14, 2025
17.1 C
Bhubaneswar

କାରାଗାରରେ ଅଭିଯୁକ୍ତ ଗୋପାଳକୁ ଭେଟିଲେ ଭାଇ ଓ ପୁଅ

ଚୌଦ୍ୱାର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଆଜକୁ ୯ ଦିନ ହେବ ଚୌଦ୍ୱାର ମଣ୍ଡଳ କାରାଗାରରେ ରହୁଥିବା ଅଭିଯୁକ୍ତ ଗୋପାଳ ଦାସଙ୍କୁ ତାଙ୍କ ବଡ଼ଭାଇ ଓ ପୁଅ ବୁଧବାର ଦିନ ଭେଟ କରିଛନ୍ତି।ଗୋପାଳଙ୍କ ବଡ଼ଭାଇ ସତ୍ୟ ନାରାୟଣ ଦାସ ଓ ପୁଅ ମନୋଜ ଦାସ ଦିନ ୧୨ଟା ୧୫ ମିନିଟରେ ଜେଲର ମୁଲାକାତ ଗୃହରେ ତାଙ୍କୁ ସାକ୍ଷାତ କରିଥିଲେ। କଢ଼ା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ ସେଲରୁ ଅଣାଯିବା ପରେ ୩ ଥାକିଆ ଗ୍ରୀଲ ଯୁକ୍ତ ମୁଲାକାତ ଗୃହର ଭିତର ପଟରୁ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ସେ ଭାଇ ଓ ପୁଅଙ୍କୁ ସାକ୍ଷାତ କରିଥିଲେ। କାରାଗାର ତରଫରୁ ବ୍ୟବସ୍ଥା କରାଯାଇଥିବା ଇଣ୍ଟରକମ୍‌‌ ମେସିନ୍‌‌ ସାହାଯ୍ୟରେ ଗୋପାଳ ତାଙ୍କ ଭାଇ ଓ ପୁଅ ସହିତ ପ୍ରାୟ ୧୫ ମିନିଟ ଧରି କଥା ହୋଇଥିଲେ। ସାକ୍ଷାତ ସମୟରେ ଉଭୟ ଗୋପାଳ, ସତ୍ୟ ନାରାୟଣ ଓ ପୁଅ ମନୋଜ ଭାବପ୍ରବଣ ହୋଇ ପଡ଼ିଥିଲେ ବୋଲି ଜେଲ ସୁତ୍ରରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories