www.samajalive.in
Sunday, December 14, 2025
23.1 C
Bhubaneswar

ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ରକ୍ତଦାନ ଶିବିର

ଆଠଗଡ଼ :  ଆଠଗଡ଼ସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏନଏସଏସ, ଯୁବ ରେଡ଼କ୍ରସ ଏବଂ ସ୍କାଉଟ ଓ ଗାଇଡ଼ର ମିଳିତ ଆନକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ନଗରପାଳ ସସ୍ମିତା ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଓ ନଗରପାଳ ଶ୍ରୀମତୀ ରାଉତ,  ସ୍ୱେଚ୍ଛାକୃତ ରକ୍ତଦାନ ମାନବ ସେବାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ ବୋଲି ମତପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ବିଶିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଭୂବନାନନ୍ଦ ଦାସ ଯୋଗଦେଇ ରକ୍ତଦାନ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ ବୋଲି କହିବା ସହିତ ରକ୍ତଦାନ ଦ୍ୱାରା ଜଣେ ମୂର୍ମୁଷୁ ରୋଗୀର ଜୀବନ ବଞ୍ଚାଇବା ସହିତ ରକ୍ତଦାତାଙ୍କର ମଧ୍ୟ ଉପକାର ହୋଇଥାଏ ବୋଲି ପ୍ରକାଶ କରିଥିଲେ। କଟକ ରେଡ଼କ୍ରସ ରକ୍ତ ଭଣ୍ଡାରର ଡାକ୍ତର ଶ୍ରେସାଂଶୁ ଶତପଥୀଙ୍କ ନେତୃତ୍ୱରେ ଆସିଥିବା ଡାକ୍ତରୀ ଦଳ ୨୫ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏନଏସଏସ ଯୋଜନା ଅଧିକାରିଣୀ ଅଧ୍ୟାପିକା ସ୍ମିତା ମହାପାତ୍ର, ଯୁବ ରେଡ଼କ୍ରସ ପରାମର୍ଶଦାତ୍ରୀ ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାଶ ଓ ରେଞ୍ଜର ଲିଡ଼ର ବିଜୟାଲକ୍ଷ୍ମୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିର ପରିଚାଳନାରେ ପ୍ରଧ୍ୟାପିକା ଡ. ସ୍ନେହଲତା ତ୍ରିପାଠୀ, ଡ. ରୀନା ପଟ୍ଟନାୟକ, ପ୍ରାଧ୍ୟାପିକା ପ୍ରମୋଦିନୀ ଜେନା, ଅଧ୍ୟାପିକା ସଙ୍ଗାସାଗରିକା ମହାପାତ୍ର, ଡେମୋନଷ୍ଟ୍ରେଟର ସୋନି ଦାଶ, କର୍ମଚାରୀ ସଂଯୁକ୍ତା ରଥ, ଜିତେନ୍ଦ୍ର ସ୍ୱାଇଁ, ଅରୁଣ ସେନାପତି, ରବିନ୍ଦ୍ର କୁମାର ସ୍ୱାଇଁ, ଅରକ୍ଷିତ ସେନାପତି, ସୁଶାନ୍ତ ସାହୁ, ମାମିନା ତରେଇ ଓ ସୁମନ୍ତ ବାରିକ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories