www.samajalive.in
Sunday, December 14, 2025
16.1 C
Bhubaneswar

ବିଜୁ ପଟ୍ଟନାୟକ କପ୍‌‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ହିନ୍ଦୁସ୍ତାନ ସ୍ପୋଟିଂ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶଂକରପୁର ଠାର ଚାଲିଥିବା ଆନ୍ତଃଜିଲ୍ଲା ବିଜୁ ପଟ୍ଟନାୟକ କପ୍‌‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ କ୍ୱାଟର ଫାଇନାଲରେ ଜଗତସିଂପୁରର ହିନ୍ଦୁସ୍ତାନ ସ୍ପୋର୍ଟିଂ କ୍ଲବ୍‌‌ କଟକର ନିମପୁର ସ୍ପୋର୍ଟିଂକ୍ରିକେଟ କ୍ଲବ୍‌‌କୁ ୬ ଉଇକେଟରେ ହରାଇ ବିଜୟ ହାସଲ କରିବା ସହିତ ସେମି ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ନିମପୁର ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୩୦ ଓଭରରେ ସମସ୍ତ ଉଇକେଟ ହରାଇ ୧୬୪ ରନ୍‌‌ ସଂଗ୍ରହ କରିଥିଲା। ଦଳର ମଳୟ ଜେନା ସର୍ବାଧିକ ୭୦ ରନ୍‌‌ ସଂଗ୍ରହ କରିଥିଲେ। ଜବାବରେ ହିନ୍ଦୁସ୍ତାନ ୫ ଉଇକେଟ ହରାଇ ନିର୍ଦ୍ଧାରିତ ରନ୍‌‌ ସଂଗ୍ରହ କରି ବିଜୟ ହାସଲ କରିଥିଲେ। ଟିମ୍‌‌ର ଅରୁଣ ମହାରଣା ସର୍ବାଧିକ ୫ଟି ଉଇକେଟ ଅକ୍ତିୟାର କରିଥିଲେ। ଅନୀଲ କୁମାର ମହାନ୍ତି ଓ ଜାଫର ଅଲ୍ଲୀ ସାହା ମ୍ୟାଚ୍‌‌ ପରିଚାଳନା କରିଥିଲେ।ପ୍ରାରମ୍ଭରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଦେବାଦେବୀ ଦାସ ଓ ଗୋଖଲେ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟକ୍ଷା ଗୀତାଞ୍ଜଳି ରାଉତ ଅତିଥି ଭାବେ ମ୍ୟାଚ୍‌‌କୁ ଉଦ୍‌‌ଘାଟନ କରିଥିଲେ। ସୁନୀଲ ଚନ୍ଦ୍ର ରାଉତ, ଶିଶିର ନାୟକ, କାମଦେବ ପ୍ରଧାନ, ରଞ୍ଜନ ପରିଡ଼ା, କାହ୍ନୁ ଚରଣ ଓଝା, ଅଭିରାମ ଲେଙ୍କା, ଓମ୍‌‌ ପ୍ରକାଶ ପ୍ରଧାନ, ରମେଶ ହାତୀ, ପ୍ରକାଶ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୁରୁବାର ଦିନ ଯାଜପୁରର ଗୋଲଡେନ୍‌‌ ଷ୍ଟାର ଓ ପୁରୀର ପାୟୋନିୟର ସ୍ପୋର୍ଟିଂ କ୍ଲବ୍‌‌ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍‌‌ ଅନୁଷ୍ଠିତ ହେବ ବୋଲି ଆୟୋଜକ ଜୟଦୂର୍ଗା କ୍ଲବ୍‌‌ ସୁତ୍ରରୁ ପ୍ରକାଶ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories