www.samajalive.in
Sunday, December 14, 2025
23.1 C
Bhubaneswar

ଥାନାଧିକାରୀଙ୍କ ବ୍ୟବହାରରେ ଏସ୍‌ଆଇ ଅତିଷ୍ଠ ଘଟଣା, ଏସଡ଼ିପିଓଙ୍କ ତଦନ୍ତ ଆରମ୍ଭ

ଜେନାପୁର: ଧର୍ମଶାଳା ଥାନା ଅଧିକାରୀଙ୍କ ବ୍ୟବହାରରେ ଏସଆଇ ଅତିଷ୍ଠ ଘଟଣାରେ ଆଜି ଏସ୍‌ଡ଼ିପିଓଙ୍କ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ଧର୍ମଶାଳା ଥାନା ଅଧିକାରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଥାନାର ଏସ୍‌ଆଇ ନିଜ ଚାକିରିରୁ ଇସ୍ତଫା ଦେବା ପାଇଁ ଏସ୍‌ପିଙ୍କ ନିକଟରେ ଫେରାଦ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ମୁତାବକ, ଧର୍ମଶାଳା ଥାନାରେ କାର୍ଯ୍ୟରତ ଏସଆଇ ରାଧାନାଥ ଦାସଙ୍କୁ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଥିଲେ। ସେ ଏକ ଲିଖିତ ଅଭିଯୋଗ ହ୍ବାଟ୍ସଆପ ଜରିଆରେ ଯାଜପୁର ଏସ୍‌ପି ବିନୀତ ଅଗ୍ରୱାଲଙ୍କ ନିକଟକୁ ପଠାଇଥିଲେ। ଏସଆଇ ଶ୍ରୀ ଦାସଙ୍କ ଚାକିରିରୁ ଇସ୍ତଫା ଦେବା ସମ୍ପର୍କିତ ଏକ ଲିଖିତ ଅଭିଯୋଗ ପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଯାଜପୁର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆଜି ଯାଜପୁର ରୋଡ଼ ଏସଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ ଧର୍ମଶାଳା ଥାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଏସଆଇ ରାଧାନାଥ ଦାସ ଧର୍ମଶାଳା ଥାନାରେ କେତେ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଏହି ବର୍ଷ ମାନଙ୍କରେ ତାଙ୍କୁ କେତେ ମାମଲା ଦିଆଯାଇଛି। ତାର ସବିଶେଷ ରିପୋର୍ଟ ତଦନ୍ତ ପରିସରଭୁକ୍ତ ହୋଇଛି। ଶ୍ରୀ ଦାସ ଯେଉଁ ଅଭିଯୋଗ ଆଣିଛନ୍ତି, ସେ ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ତଦନ୍ତ ଶେଷରେ ଜଣାପଡିବ ବୋଲି ଏସଡିପିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏ ସଂପର୍କରେ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ଗୁରୁତ୍ବପୂର୍ଣ୍ଣ ମାମଲା ଗୁଡିକୁ ଥାନାରେ ଏସ୍‌ଆଇଙ୍କୁ ଦିଆଯାଇଥାଏ। ହେଲେ ଏସଆଇ ଶ୍ରୀ ଦାସ ଥାନାର ଗୁରୁତ୍ବପୂର୍ଣ୍ଣ ମାମଲା ନେବାକୁ ଅମଙ୍ଗ ହୋଇଥାନ୍ତି। ଏପରିକି ସେ ମାମଲା ଗ୍ରହଣ କରନ୍ତି ନାହିଁ ବୋଲି ମୁଁ ଏସ୍‌ପି ଓ ଏସଡ଼ିପିଓ ସାରଙ୍କୁ ପୂର୍ବରୁ ଅବଗତ କରିଆସିଛି। ବର୍ତ୍ତମାନ ଥାନାରେ କର୍ମଚାରୀ ଅଭାବ ଥିବାରୁ ତାଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ମାମଲା ଦେବାରୁ ସେ ମାମଲା ନେବାକୁ ରୋକଠୋକ୍‌ ମନା କରିଥିଲେ। ସେ ସବୁ ବେଳେ ମାମଲା ନ ନେବାକୁ ଆଳ ଖୋଜିଥାନ୍ତି ବୋଲ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories