www.samajalive.in
Sunday, December 7, 2025
26.1 C
Bhubaneswar

ସେବା ଓ ବନ୍ଧୁତା ଇନରହ୍ୱିଲ କ୍ଲବର ମୂଳମନ୍ତ୍ର

ଆଠଗଡ: ସେବା, ବନ୍ଧୁତା ସ୍ଥାପନ ଇନରହ୍ୱିଲ କ୍ଲବର ମୂଳମନ୍ତ୍ର । ନାରୀଶକ୍ତିର ଜାଗରଣ ଏବଂ ମହିଳାଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରି ଏକ ମୂଲ୍ଯବୋଧଭିତ୍ତିକ ସମାଜ ଗଠନ ହେଉଛି ଇନରହ୍ୱିଲ କ୍ଲବର ମୁଖ୍ଯ ଲକ୍ଷ ବୋଲି ଇନରହ୍ୱିଲ କ୍ଲବ ଜିଲ୍ଲା ନଂ ୩୨୬ ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ମିଶ୍ର ମତବ୍ୟକ୍ତ କରାଛନ୍ତି । କ୍ଲବର ଅଧ୍ୟକ୍ଷା ଶ୍ରୀମତି ମିଶ୍ର ମଙ୍ଗଳବାର ଆଠଗଡ ଇନରହ୍ୱିଲ କ୍ଲବ ପରିଦର୍ଶନରେ ଆସି କ୍ଲବର କାର୍ଯ୍ୟାବଳୀ ସମୀକ୍ଷା କରିଥିଲେ । ଏହି ଉପଲକ୍ଷେ ଆଠଗଡ ଇନରହ୍ୱିଲ କ୍ଲବର ସଭାପତି ଦୀପାଳି ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ଶୁଭଦୀପା କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ କ୍ଲବର ଅଧ୍ୟକ୍ଷା ଶ୍ରୀମତି ମିଶ୍ର ସମାଜ ଆମକୁ ବହୁତ କିଛି ଦେଇଛି, ତେଣୁ ସେବା ମାଧ୍ୟମରେ ସମାଜକୁ କିଛି ଦେବା ଆମର କର୍ତ୍ତବ୍ଯ ଓ ଦାୟିତ୍ବ ବୋଲି ମତପ୍ରକାଶ କରିଥିଲେ । କ୍ଲବର ପୂର୍ବତନ ସଭାପତି କଳ୍ପଲତା ଦାଶ ଅଧ୍ୟକ୍ଷାଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦିକା ଜସ୍ମିନ ପଟ୍ଟନାୟକ କ୍ଲବର ବିବରଣୀ ଉପସ୍ଥାପନ କରିଥିଲେ । ଆଠଗଡ ଇନରହ୍ୱିଲ କ୍ଲବର ପ୍ରଥମ ସଭାପତି ମଞ୍ଜୁଳା ଦାସ ଅଧ୍ୟକ୍ଷାଙ୍କୁ କ୍ଲବ ବ୍ୟାଜ ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ଅବସରରେ କ୍ଲବର ମୁଖପତ୍ର ସମ୍ପାଦିକା ସୁଷମା ମିଶ୍ରଙ୍କ ଉପସ୍ଥିତିରେ ‘ଅନ୍ବେଷା’ର ନୂତନ ସଂସ୍କରଣକୁ ଅଧ୍ୟକ୍ଷା ଶ୍ରୀମତି ମିଶ୍ର ଲୋକାର୍ପଣ କରିଥିଲେ । ଏଥି ସହିତ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟିତ୍ରୀ ପୁଷ୍ପଲତା ରାଉତ, ସରିତା ମିଶ୍ର, ମଧୁସ୍ମିତା ଧଳ, ଶୁଭଶ୍ରୀ ମହାନ୍ତି, ହରପ୍ରିୟା ବେହେରା ଓ ନିରଜ ନଳିନୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ବରିଷ୍ଠ ସଦସ୍ଯା ପୁଲିନ ମିଶ୍ର, ମଞ୍ଜୁଲତା ମାହାଳିକ, ମନୋଜିନୀ ତ୍ରିପାଠୀ, ସୋନିପ୍ରଭା ପଟ୍ଟନାୟକ, ଜ୍ୟୋସ୍ନାରାଣୀ ପତି, ପ୍ରଣତି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିସହିତ ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଆଠଗଡ ରୋଟାରୀ କ୍ଲବର ସମ୍ପାଦକ ବେଣୁଧର ଜେନା, ବରିଷ୍ଠ ସଦସ୍ଯ ଡାକ୍ତର ଭୁବନାନନ୍ଦ ଦାସ, ପ୍ରାଣକୃଷ୍ଣ ଦାଶ, ସୁନିଲ ମହାନ୍ତି, ମହେଶ ପ୍ରସାଦ ଦାଶ ଓ ନିରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଇନରହ୍ୱିଲ କ୍ଲବରେ ନୂତନ ଭାବେ ସଦସ୍ଯତା ଗ୍ରହଣ କରିଥିବା ଗୌରୀ ଦାଶଙ୍କୁ ଅଧ୍ୟକ୍ଷା ଶ୍ରୀମତି ମିଶ୍ର ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ପୂର୍ବତନ ସଭାପତି ନିରଜ ନଳିନୀ ବେହେରା ସଭା ସଂଯୋଜନା କରିଥିବାବେଳେ ସଦସ୍ଯା ସ୍ୱପ୍ନାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories