ନୂଆଦିଲ୍ଲୀ : କେରଳର ୱାୟନାଡ ଲୋକସଭାର ଉପ ନିର୍ବାଚନର ତାରିଖ ଘୋଷଣା ହୋଇଛି। ଓ୍ବାୟନାଡ ସଂସଦୀୟ କ୍ଷେତ୍ରରୁ ପ୍ରିୟଙ୍କା ଗାନ୍ଧୀ ମଇଦାନକୁ ଓହ୍ଲାଇବେ । ଏଆଇସିସି ପ୍ରିୟଙ୍କାଙ୍କୁ ଏଠାରେ ପ୍ରାର୍ଥୀ ଘୋଷଣା କରିଛି । ସୂଚନା ଯୋଗ୍ୟ ୨୦୨୪ ଲୋକସଭା ନିର୍ବାଚନବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏଠାରେ ରେକର୍ଡ ବିଜୟ ହାସଲ କରିଥିଲେ। ଏଥିସହ ସେ ରାଏବରେଲୀରୁ ମଧ୍ୟ ଜିତିଥିଲେ। ଫଳାଫଳ ବାହାରିବା ପରେ ତାଙ୍କୁ ୱାୟନାଡ ଆସନ ଛାଡ଼ିବାକୁ ପଡ଼ିଥିଲା। ଏଠାରେ ଆସନ ଖାଲି ପଡ଼ିଥିବାରୁ ଆଜି ନିର୍ବାଚନ କମିଶନ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି।
Popular Categories



