www.samajalive.in
Friday, December 12, 2025
17.1 C
Bhubaneswar

ଫସଲ ନଷ୍ଟ କରୁଛନ୍ତି ହାତୀପଲ, ବନକର୍ମଚାରୀଙ୍କୁ ଧମକ ଦେଲେ ଗ୍ରାମବାସୀ

ପାଟଣା : ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ହାତୀ ଘଉଡ଼େଇବା ପାଇଁ ଯାଇଥିବାବେଳେ ତୁରୁମୁଙ୍ଗା ସନ୍ନିକଟ ନିହ୍ନୁଆଁ ଗ୍ରାମରେ ଜନସାଧାରଣଙ୍କ ଦ୍ଵାରା ବନକର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିଲା। ସାଙ୍ଗରେ ମଶାଲ, ବାଣ, ଲାଇଟ କାହିଁକି ଆଣିନାହଁ ବୋଲି କହି ଉତ୍ୟକ୍ତ ଲୋକେ ବନକର୍ମଚାରୀଙ୍କୁ ଘେରି ଯାଇଥିଲେ ଓ ଧମକ ଚମକ ଦେଇ ସେଠାରୁ ଘଉଡ଼ାଇ ଦେଇଥିଲେ। ନିରୁପାୟ ହୋଇ ବନ କର୍ମଚାରୀମାନେ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯୋଗୁଁ କର୍ମଚାରୀ ଅଭାବ ଦର୍ଶାଇ ସୁରକ୍ଷା ସହାୟତା ମିଳିନଥିଲା।

ବାଧ୍ୟ ହୋଇ ବନ କର୍ମଚାରୀ ଭୟାତୁର ହୋଇ କାର୍ଯ୍ୟ ସମ୍ପାଦନ କରିଥିବା ଖୀରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ପ୍ରକାଶ କରିଛନ୍ତି । ପରିବେଶ ପ୍ରେମୀ  ଏବଂ ବୁଦ୍ଧିଜୀବୀ ଗ୍ରାମବାସୀଙ୍କ ଏପରି ମନ୍ଦ ଉଦ୍ୟମକୁ ନିନ୍ଦା କରିଛନ୍ତି ଏବଂ ବନକର୍ମଚାରୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ସୂଚନା ଯୋଗ୍ୟ ଯେ କିଛି ଦିନ ହେଲା ନିହ୍ନୂଆଁରେ ଦିନ ବେଳା ୪ଟି ଜଙ୍ଗଲୀ ହାତୀ ଡେରା ପକାଇଥିବାବେଳେ ସଧ୍ୟା ହେଲେ ଆଖପାଖ ଗ୍ରାମକୁ ଯାଇ ଧାନ ଫସଲ ନଷ୍ଟ କରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ କେନ୍ଦେଇପଶି ନିକଟରେ ଗତକାଲି ଦିନ ବେଳା ଡେରା ପକାଇଥିବା ୨୫ ଟିକିଆ ହାତୀପଲ ଆଜି ମଧ୍ୟ ଦିନବେଳା କେନ୍ଦେଇପଶିରେ ଡେରା ପକାଇଛନ୍ତି। ଗତରାତି ଏହି ହାତୀପଲ ୩ ଭାଗରେ ବିଭକ୍ତ ହୋଇ ଆଖପାଖ ଗ୍ରାମର ଚାଷ ଜମିରେ ପଶି ଧାନଫସଲ ନଷ୍ଟ କରୁଥିବା ସୂଚନା ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories