ମଣିଷ କାମୁଡା ମାଙ୍କଡକୁ ଧରିଲା ବନବିଭାଗ

ଗୁରୁଡ଼ିଝାଟିଆ: ସପ୍ତାହଧରି ଉତ୍ପାତ କରୁଥିଲା ମାଙ୍କଡ। ୯ ଜଣଙ୍କୁ କାମୁଡି କ୍ଷତାକ୍ତ କରିଥିଲା। ତେଣୁ ଘଣ୍ଟିଖାଲ ଗାଁରେ ଏକ ଭୟଭୀତ ପରିବେଶ ସୃଷ୍ଟି ହୋଇଥିଲା। ଏପରିକି ଘଣ୍ଟିଖାଲ-ନିଧିପୁର ଷ୍ଟେସନ ରାସ୍ତାରେ ଲୋକମାନଙ୍କୁ ଗୋଡାଇ ଗୋଡାଇ କାମୁଡୁଥିଲା ମାଙ୍କଡ। ବନବିଭାଗ କାମୁଡା ମାଙ୍କଡକୁ ଜଗୁଥିଲେ ମଧ୍ୟ ଅତର୍କିତ ଭାବେ ଆସି ଆକ୍ରମଣ କରୁଥିଲା। ଆଜି ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁଙ୍କ ଉପସ୍ଥିତରେ ବିଶେଷଜ୍ଞ ଟ୍ରାଙ୍କୁଲାଇଜର (ନିସ୍ତେଚକ) ଦ୍ୱାରା କାବୁ କରି ନେଇଥିଲେ। ଉକ୍ତ ମାଙ୍କଡଟିକୁ ନନ୍ଦନକାନନରେ ଛଡାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି।

 

Comments are closed.