www.samajalive.in
Sunday, December 7, 2025
26.1 C
Bhubaneswar

ପାଟଖଣ୍ଡା ଯାତ୍ରାର ଭିନ୍ନ ଏକ ପରମ୍ପରା…୫ ଦିନ ଅକାଠୁଆ ରହନ୍ତି ୩୨ ଦେହେରୀ

ଦେଓଗାଁ: ରାଜୁଡ଼ା ଅମଳରୁ ହୋଇ ଆସୁଥିବା ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରାରେ ଅନେକ ପରମ୍ପରା ରହିଛି। ଯାତ୍ରା ଆରମ୍ଭ ହେବା ଦିନରୁ ଶେଷ ହେବା ପର୍ଯ୍ୟନ୍ତ ଢୋଲ ନିଶାନ ଓ ମୁହୁରୀ ଗୋଟିଏ ସ୍ୱରରେ ବାଜୁଥିବା ବେଳେ ଦେବୀ ଆବିର୍ଭାବ ହେବା ଦିନରୁ ନ ଗାଧୋଇ ଅକାଠୁଆ ରହନ୍ତି ୩୨ ଦେହୁରୀ। କେବଳ ଜମିଦାର ନିଜର ନିତ୍ୟକର୍ମ କରି ଗାଧୋଉ ଥିବା ବେଳେ ୩୨ ଦେହେରୀ ଅକାଠୁଆ ରହି କେବଳ ଜଳ ପାନ କରିବାର ନିଆରା ପରମ୍ପରା ରହିଛି।

ମଣିଷ ପ୍ରତି ଦିନ ଦିନକୁ ଦୁଇ ଥର ଦାନ୍ତ ଘଷୁଥିବା ବେଳେ ଆଧୁନିକ ଯୁଗର ମଣିଷ ୫ ଦିନ ଧରି ଅକାଠୁଆ ରହି ଦେବୀଙ୍କ ଶରଣରେ ରହିବା ଆଲୋଚନାର ବିଷୟ ହୋଇଛି। ଦେଝାର ଜଙ୍ଗଲରୁ ଦେବୀ ପାଟଖଣ୍ଡା ଉଚ୍ଚ ବାହାଳି, ବଉରା ପିଟା, ସେଲମାଙ୍କ ଖଳାରେ ଭକ୍ତଙ୍କ ଗୁହାରି ଶୁଣି ନିଷି ଗୁଡିକୁ ପ୍ରବେଶ କରିବା ପରେ ଏକ ବୋଦାକୁ ବଳି ଦେଇ ତାର କଲିଜାକୁ ମାଟି ହାଣ୍ଡିରେ ଭୋଗ ପସ୍ତୁତ କରି ଦେବୀଙ୍କ ପାଖରେ ଅର୍ପଣ କରିବା ପରେ ୩ ଜଣ ବାରିକ, ୩ ଜଣ ବାଜା ଵାଲା ଏବଂ ୬ ଜଣ ବାହା ଧରୁ କାଠି କରିବାର ପରମ୍ପରା ରହିଛି। ଏହି ୧୨ ଜଣଙ୍କୁ ଛାଡି ବାକି ଥିବା ୨୦ ଜଣ ଦେହେରୀ ପାଟଖଣ୍ଡା ଦେବୀ ଦେଝାରକୁ ଗମନ କରିବା ପରେ ଛତରକୁ ମନ୍ଦିରରେ ରଖି ଘରକୁ ଗଲେ କାଠି କରି ଗାଧୋଇବାର ପରମ୍ପରା ରହିଛି ବୋଲି ବୁଢୀ ଆଇ ଦେବୀଙ୍କ ପୂଜକ ଉଜ୍ବଳ ଝାଙ୍କର ପ୍ରକାଶ କରିଛନ୍ତି। ଖାଲି ଏତିକି ନୁହେଁ ଶହ ଶହ ବର୍ଷର ଯାତ୍ରାରେ ଅନେକ ଗୁଡ଼ିଏ ପରମ୍ପରା ରହିଛି। ମହଲାୟା ତଳେଇ ବସା ଦିନ ଠାରୁ ପାଟଖଣ୍ଡା ମନ୍ଦିରରେ ପୂଜା ଆରମ୍ଭ ହୋଇଥାଏ। ପ୍ରତି ଦିନ ଗୋଟିଏ ଗୋଟିଏ ଦହନା ମାଲ ନବମୀ ଦିନ ପର୍ଯ୍ୟନ୍ତ ଦିଆଯାଇଥାଏ। ଏହି ଦହନା ମାଲ ଓ ଚୁଲୁକୁ ପିନ୍ଧି ମୁଖ୍ୟ ଦେହେରୀ ଦେଝରକୁ ଗଲା ପରେ ବରୁଆ ଦେହରେ ଦେବୀ ଆବିର୍ଭାବ ହୋଇ ୫ ଦିନ ପାଇଁ ଯାତ୍ରା ଖଳାକୁ ଆସିବାର ପରମ୍ପରା ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories