www.samajalive.in
Saturday, December 6, 2025
26.1 C
Bhubaneswar

ସାମାନ୍ୟ ବଚସା ନେଲା ଉଗ୍ର ରୂପ: ସ୍ତ୍ରୀ ଏବଂ ପୁତୁରାକୁ ହାଣିଲା ନୃଶଂସ ସ୍ଵାମୀ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଅଭାବନୀୟ ଘଟଣା ଘଟିଛି। ଶ୍ଵଶୁର ଘରେ ଜ୍ବାଇଁର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ସ୍ତ୍ରୀ ଏବଂ ପୁତୁରାକୁ ହାଣି ଦେଇଛି ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ। ସୂଚନା ଅନୁସାରେ ଆଜି ସକାଳେ କୌଣସି କଥାକୁ ନେଇ ଗୁଣ୍ଡିଚା ପ୍ରଧାନଙ୍କର ତାଙ୍କ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା। ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ଗୁଣ୍ଡିଚା ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀକୁ ଆକ୍ରମଣ କରିବାକୁ ପଛାଇନଥିଲେ। ସେହି ସମୟରେ ଗୁଣ୍ଡିଚାଙ୍କ ପୁତୁରା ଆସି ତାଙ୍କୁ ଅଟକାଇଥିଲା। ଏବଂ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ଶେଷରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories