ଆଶିଷ ସାହୁ ରାଜ୍ୟ ଜୁଡୋ ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳାଳି

ସମ୍ବଲପୁର: ସମ୍ବଲପୁର କଚେରି ସ୍ଥିତ ସାଓଲିନ କୁମ୍ଫୁ ଉଷୁ ଏସୋସିଏସନ ଦ୍ବାର ପରିଚାଳିତ ଜିଲା ଜୁଡୋ ଖେଳାଳି ଖୋର୍ଦ୍ଧା ଜଟଣୀ ଠାରେ ଭାଗ ନେଇ ଏକ ବିରଳ କୃତିତ୍ବ ଅର୍ଜନ କରିଛନ୍ତି। ସମ୍ବଲପୁରର ଜୁଡୋ ଖେଳାଳି ଆଶିଷ କୁମାର ସାହୁ ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟର ଶ୍ରେଷ୍ଠ ଖେଳାଳି ରୂପେ ପରିଗଣିତ ହୋଇଛନ୍ତି। ଫଳରେ ସମ୍ବଲପୁର ତଥା ପଶ୍ଚିମ ଓଡିଶା ପାଇଁ ପ୍ରଥମ କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ବଲପୁରର ବିଜୟୀ ଖେଳାଳି ମାନଙ୍କୁ ସମ୍ମାନୀତ କରିଥିଲେ।

Comments are closed.