ଗୋପବନ୍ଧୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ ସମାରୋହ

ଗୁରୁଡ଼ିଝାଟିଆ: ଗୋବରା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋପବନ୍ଧୁ ସାହିତ୍ୟ ସଂସଦ ଗୁରୁଡ଼ିଝାଟିଆର କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ ସାରସ୍ୱତ ସମାରୋହ ଆଜି ଅନୁଷ୍ଠିତ ହୋଇଛି। ସାହିତ୍ୟ ସଂସଦର ସଭାପତି ପଣ୍ଡିତ ଅନିରୁଦ୍ଧ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ୱତ ସମାରୋହରେ ସମାଜସେବୀ ବ୍ରହ୍ମାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ମାଟି ମନସ୍କ କରେ। ମାନବିକତାର ସାମ ସଂଗୀତ ଗାନକରି ଭାଷାପ୍ରୀତି ବୃଦ୍ଧି କରିବା ସହ ଜାତୀୟ ଚେତନା, ସାଂସ୍କୃତିକ ବୈଭବ, ବୀରତ୍ୱ, ଆଧ୍ୟାତ୍ମିକତା ଓ ଜାତିର ଅସ୍ମୀତାର କଥାକୁ ପ୍ରଚାର କରିଥାଏ ବୋଲି କହିଥିଲେ।

ସର୍ବଭାରତୀୟ ଶିକ୍ଷକ ନେତା ପ୍ରତାପ କିଶୋର ମହାପାତ୍ର, ବ୍ୟଙ୍ଗକବି ଡଃ ଧର୍ମଛଡା, ଅଧ୍ୟାପକ ପ୍ରସନ୍ନ କୁମାର ସ୍ୱାଇଁ, ଆଠଗଡ଼଼ ସାହିତ୍ୟ ସମାଜର ସଭାପତି ସୁରେଶ କୁମାର ପରିଡ଼ା, ସଂପାଦକ ତଥା ସାମ୍ବାଦିକ ଲଲାଟେନ୍ଦୁ ସେନାପତି, ପ୍ରକାଶକ ସୁଷମା ନାୟକ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ଗୋବରା ଉଚ୍ଚ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ସରୋଜ କୁମାର ସାହୁ, ଗୋପବନ୍ଧୁ ସାହିତ୍ୟ ସଂସଦର ସଂପାଦକ ରମାକନ୍ତ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ମାନବ ସମାଜ କଲ୍ୟାଣରେ ଅଭିପ୍ରେତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ।

କବି ସୁବାସ ଚନ୍ଦ୍ର ନାୟକଙ୍କ “କାଳିଜାଇ ଭ୍ରମଣେ” ଓ କବି ଅନ୍ତର୍ଯ୍ୟାମୀ ବରାଳଙ୍କ “ଅସ୍ତାଚଳ” କବିତା ପୁସ୍ତକକୁ ମଞ୍ଚାସୀନ ଅତିଥିମାନେ ଲୋକାର୍ପିତ କରିଥିଲେ। କବି ଶ୍ରୀ ନାୟକ ଓ ଶ୍ରୀ ବରାଳ ସ୍ୱରଚିତ କବିତା ପୁସ୍ତକ ସଂପର୍କରେ ମତ ରଖିଥିଲେ। ଏହି ଅବସରରେ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ କବି କିଶୋର କୁମାର ସାହୁ ଓ ଜଳନ୍ଧର ସାମନ୍ତରାୟ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। କବି ପ୍ରଦୀପ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରଞ୍ଜନ କୁମାର ସାହୁ, ସଂଘମିତ୍ରା ପ୍ରଧାନ, ସୁନିତା ବେହେରା ଓ ତ୍ରିଲୋଚନ ପାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଂସଦର ବରିଷ୍ଠ ସଦସ୍ୟ ତୁଷାର କୁମାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.