www.samajalive.in
Monday, December 8, 2025
14.1 C
Bhubaneswar

ମା”ଦୁର୍ଗାଙ୍କ ବିସର୍ଜନ, ଅପେକ୍ଷା ଆର ବରଷକୁ

ଜି.ଉଦୟଗିରି: ସାତଦିନ ଧରି ଜଗତ ଜନନୀ ମା’ ଦୁର୍ଗା ଜି.ଉଦୟଗିରି ସହରର ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିଲେ। ମଙ୍ଗଳବାର ସନ୍ଧ୍ୟା ସମୟରେ ପୂଜା ମଣ୍ଡପରୁ ବାହାରି ବିଦାୟ ନେଇଛନ୍ତି ମା’ ଦଶଭୂଜା। ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପ ନିକଟରେ ସବୁଦିନେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପ୍ରତ୍ୟେକ ଦିନ ନିତିନୀୟମ ପ୍ରକାରେ ପୁରୋହିତଙ୍କ ଦ୍ବାରା ଚଣ୍ଡିପାଠ ସହ ପୁଜାର୍ଚ୍ଚନା କରାଯାଉଥିଲା। ଆଜି ମା’ଙ୍କୁ ଖୋଳ, ତାଳ ସମ୍ବଲପୁରୀ ଢୋଲକୀ ବାଦ୍ୟର ତାଳେ ତାଳେ ସହର ପରିକ୍ରମା କରାଯାଇ ମେଲାଣି ଦେଇଥିଲେ ଭକ୍ତ। ମା’ଙ୍କ ଭଷାଣୀ ଶୋଭାଯାତ୍ରା ଦେଖିବା ପାଇଁ ସହରରେ ପ୍ରବଳ ଜନ ସମାଗମ ହୋଇଥିଲା। ଭଷାଣୀ ଶୋଭାଯାତ୍ରା ଯାଉଥିଲା ବେଳେ ଶ୍ରଦ୍ଧାଳୁ ମାନେ ଲୋତକ ଭରା ନୟନରେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିଥିବା ଜଣାପଡିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories