www.samajalive.in
Monday, December 15, 2025
15.1 C
Bhubaneswar

ଆଶାକର୍ମୀ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର

ଫୁଲବାଣୀ: ଆଶାକର୍ମୀମାନଙ୍କର ଦୀର୍ଘ ଦିନର ଦାବୀ ପୂରଣ ହୋଇ ପାରି ନାହିଁ। ତେଣୁ ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ଏକ ଛଅଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ଆସନ୍ତା ୧୪ ତାରିଖ ସୁଦ୍ଧା ଦାବୀ ଗୁଡିକ ପୂରଣ ନ ହେଲେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଙ୍ଘ କହିଛି। ଜାତୀୟ ସ୍ବାସ୍ଥ୍ୟ ମିଶାଣକୁ ସ୍ଥାୟୀ କରିବା, ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା ଏବଂ ସରକାରୀ ମାନ୍ୟତା ଦିଆଯିବା ପର୍ଯ୍ୟନ୍ତ ୧୮, ୦୦୦ ଟଙ୍କା ପ୍ରଦାନ କରିବା ପାଇଁ ସଙ୍ଘ ଦାବୀ କରିଛି। ସେହିଭଳି ଆଶାକର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା, ଅବସରପ୍ରାପ୍ତ ଆଶାକର୍ମୀଙ୍କୁ ୫ ଲକ୍ଷ ଟଙ୍କା ସହିତ ମାସିକ ୫ ହଜାଇ ପେନସନ ଦେବା ଓ ସବୁ ଗ୍ରାମରେ ଆଶାଗୃହ ନିର୍ମାଣ କରିବା ପାଇଁ ସଙ୍ଘ ପକ୍ଷରୁ ଦାବୀ ରଖାଯାଇଛି। ଆଜି ଶତାଧିକ ଆଶାକର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହି ଦାବୀପତ୍ର ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories