www.samajalive.in
Monday, December 15, 2025
15.1 C
Bhubaneswar

ନାଲକୋ ପକ୍ଷରୁ ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୪ ପାଳିତ

ଡ଼େସ୍କ: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ସାରା ଭାରତରେ ଚାଲିଥିବା ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୪ ପାଳିତ ହୋଇଯାଇଛି। ଖଣି ମନ୍ତ୍ରଣାଳୟ ଏବଂ ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ୱେଚ୍ଛାକୃତ ‘ଶ୍ରମ ଦାନ’ କାର୍ଯ୍ୟକଳାପ ଏବଂ ସ୍ୱଚ୍ଛତା ପାଇଁ ସାମୂହିକ ଦାୟୀତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପକ୍ଷ ପାଳନ କରାଯାଇଥିଲା।

ସି.ଏମ୍.ଡି. ଶ୍ରୀଧର ପାତ୍ରଙ୍କ ନେତୃତ୍ୱରେ କମ୍ପାନୀର ସମସ୍ତ ପରିଚାଳନା ୟୁନିଟ୍ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ, ସି. ଆଇ. ଏସ୍. ଏଫ୍. କର୍ମଚାରୀ ସ୍ୱଚ୍ଛତା ଶପଥ ଗ୍ରହଣ କରିଥିଲେ। ଏହି ପକ୍ଷ ପାଳନ ଅବସରରେ, ନାଲକୋ ପକ୍ଷରୁ ସାମୂହିକ ସ୍ୱଚ୍ଛତା ଅଭିଯାନ, ସାମୂହିକ ବୃକ୍ଷରୋପଣ ଅଭିଯାନ, ସ୍ୱାସ୍ଥ୍ୟ ଶିବିର, ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ସହ ସଫେଇ ମିତ୍ର ମାନଙ୍କୁ  ପି.ପି.ଇ. ତଥା ସୁରକ୍ଷା/ସ୍ଵଚ୍ଛତା କିଟ୍ ଇତ୍ୟାଦି ବଣ୍ଟନ କରଯାଇଥିଲା। ଏହା ବ୍ୟତୀତ, ପନ୍ଦର ଦିନ ଧରି ଚାଲିଥିବା ଅଭିଯାନରେ କୁଇଜ୍, ଚିତ୍ରକଳା ପ୍ରତିଯୋଗିତା, କବିତା ଆବୃତ୍ତି ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ମଚାରୀ, ଛାତ୍ର ଏବଂ ବିଭିନ୍ନ ବର୍ଗର ସହଭାଗୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

- Advertisement -

ନାଲକୋ ଅନୁଗୋଳ ଓ ଦାମନଯୋଡ଼ି ଠାରେ ଥିବା ପରିଚାଳନା ୟୁନିଟ୍ ପକ୍ଷରୁ ପରିପାର୍ଶ୍ଵିକ ଅଞ୍ଚଳରେ ଥିବା ପୁରାତନ ଆବର୍ଜନା କ୍ଷେତ୍ରଗୁଡ଼ିକୁ ଚିହ୍ନଟ ସହ ସଫା କରାଯାଇଥିଲା। ଏହି ଅବସରରେ ସାମୁଦାୟିକ ଅଂଶଗ୍ରହଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଯାହା ଏକ ସ୍ଵଚ୍ଛ ଓ ଦୀର୍ଘସ୍ଥାୟୀ ସୁସ୍ଥ ପରିବେଶ ଗଠନ ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାସେବୀ ମାନଙ୍କୁ ବର୍ଷରେ ୧୦୦ ଘଣ୍ଟା ସ୍ଵଚ୍ଛତା ନିମନ୍ତେ ସମର୍ପିତ କରିବା ପାଇଁ ଆହ୍ଵାନ ଦିଆଯାଇଥିଲା। ଦୀର୍ଘ ୧୫ ଦିନ ବ୍ୟାପୀ ଚାଲିଥିବା ଏହି ଅଭିଯାନ ଗାନ୍ଧୀ ଜୟନ୍ତୀ ଅବସରରେ ସମାପ୍ତ ହୋଇଛି। ସମାପନ ଉତ୍ସବରେ ସ୍ଵଚ୍ଛ ଭାରତ ଦିବସ ସହ ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ନିମନ୍ତେ “ସଫେଇ ମିତ୍ର ସମ୍ମାନ ଶିବିର” ମଧ୍ୟ ଆୟୋଜନ କରଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories