www.samajalive.in
Sunday, December 14, 2025
15.1 C
Bhubaneswar

ଆରମ୍ଭ ହେଲା ସର୍ବ ଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନସିପ

ସମ୍ବଲପୁର: ସମ୍ବଲପୁର ଜିଲା କ୍ରିଡା ସଂଘ ଆନୁକୂଲ୍ୟ ଏବଂ ଜିଲା ପ୍ରଶାସନ ଓ ଫୁଟବଲ ଏସୋସିଏସନ ଅଫ ଓଡ଼ିଶାର ସହଯୋଗରେ ସର୍ବ ଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନସିପ ୨୦୨୪ ଆରମ୍ଭ ହୋଇଛି। ୨ଟି ବର୍ଗରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ ଗୁଡିକରେ ପୁଲ – ଏରେ ଝାରଖଣ୍ଡ ଚକ୍ରଧରପୁରର ସ୍ପୋଟିଂ କ୍ଲବ, ଓଡ଼ିଶା ଭୁବନେଶ୍ୱରର ଜଗା ୟୁନାଇଟେଡ, ସମ୍ବଲପୁର ଫୁଟବଲ ଏକାଡେମୀ ଓ ମହାରାଷ୍ଟ୍ର ନାଗପୁରର ନାଗପୁର ବ୍ଲୁ ଏସସି ଏବଂ ପୁଲ – ବିରେ ପଶ୍ଚିମବଙ୍ଗ କୋଲକତାର ହାଲିଶଙ୍କର ସରସ୍ୱତୀ କ୍ଲବ, ଓଡ଼ିଶା କଟକର ରାଧାରମଣ କ୍ଲବ, ବିଶାଖାପଟନମର ଇଷ୍ଟ କୋଷ୍ଟ ରେଳବାଇ ଓ ବିହାର ବକ୍ସରର ମା କାମାକ୍ଷା ସ୍ପୋର୍ଟ୍ସ କ୍ଲବ ଭାଗ ନେଉଛନ୍ତି। ଉଦଘାଟନୀ ଦିବସରେ ପ୍ରଥମ ମ୍ୟାଚ ଭୁବନେଶ୍ୱରର ଜଗା ୟୁନାଇଟେଡ ଓ ଝାରଖଣ୍ଡ ଚକ୍ରଧରପୁରର ସ୍ପୋଟିଂ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସଂଘର୍ଷପୁର୍ଣ୍ଣ ମ୍ୟାଚରେ ଜଗା ୟୁନାଇଟେଡ ଦଳ ୨ – ୧ ଗୋଲରେ ଚକ୍ରଧରପୁର ଦଳକୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଉଦଘାଟନୀ ଉତ୍ସବରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ସରୋଜ ଦଲପତ, ରାମଦାସ ପଣ୍ଡା ଓ ପୃଥ୍ୱୀରାଜ ମିଶ୍ର ଉପସ୍ଥିତ ରହିଥିଲେ। ପ୍ରତିଯୋଗିତାରେ ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ, ସଚିବ ଅବଦୁଲ ଗଫାର, ଜିଲା କ୍ରିଡା ସଚିବ ବିକାଶ କେଶର ମିଶ୍ର, କାଉନସିଲ ସଦସ୍ୟ ସୁବୋଧ ସାହୁ, ଗୋପାଳ ନନ୍ଦ, ମହମ୍ମଦ ଇସାକଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ରବିବାର ଦିନ ସମ୍ବଲପୁର ଫୁଟବଲ ଏକାଡେମୀ ଓ ନାଗପୁର ବ୍ଲ୍ୟୁ ଏସସି ମଧ୍ୟରେ ପ୍ରତିଯୋଗିତା ଆୟୋଜିତ ହେବ। ଏହି ଚାମ୍ପିୟନସିପର ଫାଇନାଲ ମ୍ୟାଚ ୪ ତାରିଖରେ ଆୟୋଜିତ ହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories