www.samajalive.in
Monday, December 15, 2025
15.1 C
Bhubaneswar

ଦାଦନ ଶ୍ରମିକଙ୍କ ପାଇଁ ଆଇନ ସଚେତନତା

ଆଠଗଡ: ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଦାଦନ ଶ୍ରମିକଙ୍କ ପାଇଁ ଏକ ଆଇନ ସଚେତନତା ଶିବିର ବୁଧବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ଆୟୋଜିତ ଏହି ସଭାରେ ମୁଖ୍ଯଅତିଥି ଭାବେ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଯୋଗଦେଇ ଆମ ଦେଶରେ ଦାଦନ ଶ୍ରମିକଙ୍କର ବହୁ ସମସ୍ୟା ରହିଛି ବୋଲି ପ୍ରକାଶ କରିଥିଲେ । ଆମ ଦେଶର ବିଭିନ୍ନ ପ୍ରଦେଶରେ ଦାଦନ ଶ୍ରମିକମାନଙ୍କର ରହିଥିବା ବିବିଧ ସମସ୍ୟା ଓ ସେଗୁଡିକର ସମାଧାନ ନିମନ୍ତେ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ଏଡିଜେ ଶ୍ରୀ ଦାସ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଶ୍ରମିକ ମାନେ ଯେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଅଦାଲତର ଦ୍ବାରସ୍ଥ ହୋଇପାରିବେ ଏବଂ ସେମାନଙ୍କୁ ଆଇନ ସେବା ସମିତି ପକ୍ଷରୁ ବିନା ମୂଲ୍ୟରେ ଆଇନସେବା ଯୋଗାଇ ଦିଆଯାଇପାରିବ ବୋଲି ବିଚାରପତି ଶ୍ରୀ ଦାସ ସୂଚାଇ ଦେଇଥିଲେ। ଆଠଗଡ ଓକିଲ ସଂଘ ସଭାପତି ସତ୍ୟେନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ଯବକ୍ତା ଭାବେ ଆଇନଜୀବୀ ପ୍ରସନ୍ନ କୁମାର ରାଉତ, ସମ୍ମାନିତ ବକ୍ତା ରୂପେ ଆଇନଜୀବୀ ଶ୍ରୀନିବାସ ଦାସ ଓ ସୁପ୍ରଭା ଦୋରା ନିଜ ନିଜ ବକ୍ତବ୍ଯରେ ଆମ ଦେଶର ବିକାଶ କ୍ଷେତ୍ରରେ ଶ୍ରମିକମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ । ଶ୍ରମିକ ବା ଦାଦନ ଶ୍ରମିକଙ୍କ ସୁରକ୍ଷା ଓ ମୌଳିକ ଅଧିକାର, ଦାଦନ ଶ୍ରମିକ ନିୟନ୍ତ୍ରଣ ଆଇନ ମାଧ୍ୟମରେ ମିଳୁଥିବା ସୁବିଧା, ସୁଯୋଗ ଓ ଆଇନଗତ ଅଧିକାର ବିଷୟରେ ସେମାନେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏହି ଶିବିରରେ ପଶ୍ଚିମବଙ୍ଗ ଓ ଅନ୍ୟ ପ୍ରଦେଶରୁ ଆସି ଏଠାରେ କୁଶଳୀ ଓ ଅଶକୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବହୁ ଶ୍ରମିକ, ଠିକଦାର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories