www.samajalive.in
Sunday, December 14, 2025
26.1 C
Bhubaneswar

ସୁନା ଚୋରି ମାମଲାରେ ୪ ଗିରଫ, ସୁନା ଜବତ

ଗୋପାଳପୁର: ସୁନା ଚୋରି ମାମଲାରେ ଗୋପାଳପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ସୁନା ଚୋରି ମାମଲାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୮୧ ଗ୍ରାମ ୫୧୦ମି. ଗ୍ରାମ ସୁନା ଅଳଙ୍କାର ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗୋପାଳପୁର ଗୁନା ସାହିର ବି. ଦେବରାଜ ଓରଫ ଚିଟି, ମେନ ରୋଡର ପ୍ରଦୀପ କୁମାର ବେହେରା, ପାଣିପମ୍ପ ନିକଟର ପ୍ରଶାନ୍ତ କୁମାର ନାୟକ ଓରଫ ରାହୁଲ, ନୂଆ ସାହିର ଏନ. ଶ୍ୟାମ ସୁନ୍ଦର ରାଓ ଓରଫ ଚିନି ବୋଲି ପୁଲିସ କହିଛି। ସେମାନଙ୍କ ଠାରୁ ଗୋଟିଏ ସୁନା ବିସ୍କୁଟ, ଦୁଇଟି କାନ ଫୁଲ, ଗୋଟିଏ ସୁନା ପଥର ବସା ହାର, ଗୋଟିଏ ତରଳ ରାଉଣ୍ଡ ସୁନା , ଗୋଟିଏ ଜିଗିନୀ ନାନୁ, ଗୋଟିଏ କାନ ଫୁଲ ଝୁମ୍ପି ହଳ ମୋଟ ୮୧ ଗ୍ରାମ ୫୧୦ମି. ଗ୍ରାମ ବୋଲି ପୁଲିସ କହିଛି। ଗତ ଜୁଲାଇ ୨୨ରେ ସ୍ଥାନୀୟ ଗୁନା ସାହିରେ ରହୁଥିବା ପ୍ରତିମା ଖାତୁନ କୌଣସି କାମରେ ବ୍ରହ୍ମପୁର ବାପା ଘରଜୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ଫେରି ଦେଖିବା ବେଳକୁ ଆଲମାରୀ ତାଡ଼ି ସେଥିରେ ଥିବା ସୁନା ଅଳଙ୍କାର ପ୍ରାୟ ୭ ତୁଳା ଚୋରି ହୋଇଥିବା ଜାଣିପାରିଥିଲେ। ବହୁ ଖୋଜା ଖୋଜି ପରେ ଜୁଲାଇ ୨୬ ତାରିଖରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ୨୧୨/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଜୁଲାଇ ୨୨ ତାରିଖ ଦିନ ସକାଳ ୧୦ ଘଣ୍ଟା ସମୟରେ ଖାତୁନଙ୍କ ପୋଡ଼ଶୀରେ ରହୁଥିବା ବି. ଦେବରାଜ ଚୋରି କରୁଥିବା ସମୟରେ ଘର ଲୋକେ ଧରି ଚୋରି ସାମଗ୍ରୀ ଉଦ୍ଧାର କରିଥିଲେ। ଗୋଟିଏ ଦିନରେ ଉଭୟ ଘରୁ ଚୋରି ହୋଇଥିବାରୁ ପୁଲିସ ଖାତୁନ ଦେବରାଜ ଉପରେ ସନ୍ଦେହ କରିଥିଲା। ସେହି ଦିନ ଠାରୁ ଦେବରାଜ ଫେରାର ରହିଥିଲା। କୌଣସି ସୂତ୍ରରୁ ଆଜି ଗୋପାଳପୁର ପୁଲିସ ଖବର ପାଇ ଦେବରାଜକୁ ତାଙ୍କ ଘରୁ କାବୁ କରି ଥାନାକୁ ଆଣି ପଚରା ଉଚରା କରିଥିଲା। ପୂର୍ବରୁ ସେହି ସାହିର ବି.ଦମୟନ୍ତୀଙ୍କ ଘରେ ମେ ମାସ ୨୯ ତାରିଖରେ ସୁନା ଚୋରି ହୋଇଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୭୩/୨୪ ମାମଲା ରୁଜୁ କରିଥିଲା। ଉଭୟଙ୍କ ଘରୁ ସୁନା ଚୋରି କରିଥିବା ଅଭିଯୁକ୍ତ ଦେବରାଜ କହିଥିଲା। ଉଭୟଙ୍କ ଚୋରି ସୁନାକୁ ପ୍ରଦୀପ, ରାହୁଲ ଓ ଚିନିକୁ ଦେଇଥିବା କହିଥିଲା। ପରେ ସେହି ୩ ଜଣଙ୍କୁ ପୁଲିସ ନିଜ ଘରୁ କାବୁ କରି ଥାନାକୁ ଆଣି ପଚରା ଉଚରା କରି ସେମାନଙ୍କ ଠାରୁ ୮୧ ଗ୍ରାମ ୫୧୦ମି. ଗ୍ରାମ ସୁନା ଜବତ କରି କେସ ନମ୍ବର ୨୧୨/୨୪ ମାମଲାରେ ଚାରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଆର ଆଇ ଏମ. ଲକ୍ଷ୍ମୀ ରଞ୍ଜନ, ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ଏ ଏସ ଆଇ ବି. ତିରୁପତି ରାଓ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories