Patra electronics

କଟକ ଜିଲ୍ଲାସ୍ତରୀୟ ଖୋଖୋ ପ୍ରତିଯୋଗିତା ଉଦଯାପିତ

କଳାପଥର: ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଧଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଦୁଇ ଦିନ ଧରି କଟକ ଜିଲ୍ଲାର ୧୪ଟି ବ୍ଲକର ୫୬ ଗୋଟି ଟିମ ମଧ୍ୟରେ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଏହାକୁ ଉଦଘାଟନ କରିଥିଲେ। ପରେ ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ପରେ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ରଣାଙ୍କ ଅଧକ୍ଷତାରେ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ବିଶେଷ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସୋନାଲିକା ରାୟ ଯୋଗ ଦେଇଥିଲେ।

୧୭ ବର୍ଷରୁ କମ ବାଳିକା ବିଭାଗରେ ଆଠଗଡ ଚମ୍ପିୟାନ ଏବଂ ସାଲେପୁର ରନର୍ସ ଅପ ଓ ବାଳକ ବିଭାଗରେ ୧୭ ବର୍ଷରୁ କମ କଟକ ସଦର ଟିମ ଚମ୍ପିୟାନ, ନରସିଂହପୁର ରନର୍ସ ଅପ ୧୪ ବର୍ଷରୁ କମ ବାଳିକା ଖୋ ଖୋ ଦୌଡ଼ରେ ଆଠଗଡ଼ ଚମ୍ପିୟାନ, ସାଲେପୁର ରନର୍ସ ଅପ ହୋଇଥିବା ବେଳେ ବାଳକ ଭିଭାଗରେ ଆଠଗଡ଼ ଚମ୍ପିୟାନ ଓ ନରସିଂହପୁର ରନର୍ସ ଅପକୁ ମୁଖ୍ୟ ଅତିଥି ସମେତ ନିମନ୍ତ୍ରିତ ଅତିଥିମାନେ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ।

Comments are closed.