Patra electronics

ଶିମିଳିପାଳ ଅଭୟାରଣ୍ୟରୁ ଧନୁତୀର ସହିତ ତିନି ଶିକାରୀ ଗିରଫ

ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟରୁ ଧନୁତୀର ସହିତ ତିନି ଶିକାରୀ ଗିରଫ। ଶିମିଳିପାଳ ଅଭୟାରଣ୍ୟ ଅନ୍ତର୍ଗତ କମ୍ପାର୍ଟମେଂଟ ନମ୍ବର ୪ର ମଇଁଷିଗଠ ନିକଟରେ ଠାକୁରମୁଣ୍ଡା ଓ କରଞ୍ଜିଆ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ମାନେ ଶିକାର କରିବା ଉଦ୍ଦେଶ୍ୟରେ ଅଭୟାରଣ୍ୟ ଭିତରକୁ ଯାଉଥିବା ସମୟରେ ୩ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଶିକାରୀ ମାନେ ହେଉଛନ୍ତି ଠାକୁରମୁଣ୍ଡା ରେଞ୍ଜ କେଶଡ଼ିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଣ୍ଡଳଝରୀ ଗ୍ରାମର ସୁଦର୍ଶନ ପୂର୍ତ୍ତୀ (୩୬ବର୍ଷ), ଦୁର୍ଯ୍ୟଧନ ପୂର୍ତ୍ତୀ (୫୨ ବର୍ଷ) ଓ ଚିରୁପୋଦା ଗ୍ରାମର କୁଶ ଶୁଣ୍ଢି (୨୫ ବର୍ଷ)।

ସୂଚନା ଅନୁଯାୟୀ ଗୁରବାର ଦିନ ଶିକାର କରିବାକୁ ଶିକାରୀ ମାନେ ଜଙ୍ଗଲ ଭିତରେ ପଶି ଥିବାର କୌଣସି ସୂତ୍ରରୁ ଖବର ପାଇ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଓ ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଜଙ୍ଗଲ ଭିତରେ ତଲାସୀ କରି ଏହି ୩ ଜଣ ଶିକାରୀଙ୍କୁ ଧରିଥିଲେ। ସେମାନଙ୍କ ନିକଟରୁ ଶିକାର ପାଇଁ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିବା ସହିତ ଜଣେ ଶିକାରୀଙ୍କ ଘରୁ ୨ଟି ମୃତ ହରିଣ ସିଙ୍ଘକୁ ଜବତ କରିଥିଲେ। ଏ ନେଇ ଠାକୁରମୁଣ୍ଡା ବନ୍ୟ ପ୍ରାଣୀ ବିଭାଗ କେଶ ନମ୍ବର ଓଆର ୦୩ ୨୦୨୪/୨୫ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ତେବେ ଅଭୟାରଣ୍ୟରେ ବାରମ୍ବାର ଶିକାରୀଙ୍କ ଅବାଧ ପ୍ରବେଶ ଉପରେ କେବେ ରୋକ ଲାଗୁଛି ତା ଉପରେ ନଜର।

Comments are closed.