ରାଇକିଆ। ରାଇକିଆ ପଞ୍ଚାୟତ ସମିତି ବୈଠକ ଗୃହରେ ଶୁକ୍ରବାର ସମିତି ବୈଠକ ଅନୁଷ୍ଠିତ ହୋଇଛି। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସହ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାନୀୟଜଳ ଓ ପରିମଳ, ଶିକ୍ଷା, ସ୍ଵାସ୍ଥ୍ୟ, କୃଷି,ଖାଦ୍ୟ ନିରାପତ୍ତା ବ୍ୟବସ୍ଥା, ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି, ସାମାଜିକ ସୁରକ୍ଷା, ଦୋକାନ ଗୃହ ଭଡ଼ା ଆଦାୟ ସହ ଅନ୍ୟାନ୍ୟ ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ ରିନା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଞ୍ଚଳ ମଣ୍ଡଳ, ଏବିଡିଓ ଦିବ୍ୟସିଂହ କହଁର, ତହସିଲଦାର ସୁଭଦ୍ରା ମୁଣ୍ଡିକା, ଜିଲା ପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ସରପଞ୍ଚ ଗୀତାଞ୍ଜଳୀ ନାୟକ, ପି.ଆର.ଆଇ ମେମ୍ବର ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ କର୍ମଚାରୀ ଯୋଗ ଦେଇଥିଲେ।
Popular Categories



