www.samajalive.in
Monday, December 15, 2025
16.1 C
Bhubaneswar

ସରପଞ୍ଚମାନେ ପଞ୍ଚାୟତକୁ ଆସୁଥିବା ଅର୍ଥକୁ ସୁବିନିଯୋଗ କଲେ ଗ୍ରାମାଞ୍ଚଳର ବିକାଶ ସମ୍ଭବ: ସାଂସଦ

ଜି.ଉଦୟଗିରି:ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଆପେଡା) ପକ୍ଷରୁ ଜିଲା ପ୍ରଶାସନ-କନ୍ଧମାଳ ଓ ଅନନ୍ୟାଙ୍କ ସହଯୋଗରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ- (କନ୍ଧମାଳ ହଳଦୀ) ତଥା କ୍ରେତା ବିକ୍ରେତା ସମ୍ମିଳନୀରେ ରପ୍ତାନି ଭିତ୍ତିକ କ୍ଷମତା ବୃଦ୍ଧି କାର୍ଯକ୍ରମ ଜି.ଉଦୟଗିରି ସ୍ଥିତ ସମନ୍ବୀତ ଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା କନ୍ଧମାଳ ହଳଦୀ ବିଶ୍ବ ବିଖ୍ୟାତ ଅଟେ। ଏହାର ଚାହିଦା ଥିବାରୁ ଏହାର ଏମ ଏସ ପି ଦର ୧୦୦ ଟଙ୍କା ରହିବାର ଆବଶ୍ୟକତା ଅଛି।

ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ସରପଞ୍ଚ ମାଧ୍ୟମରେ ଆସୁଥିବା ଅର୍ଥର ସୁବିନିଯୋଗ କରିପାରିଲେ ଗ୍ରାମାଞ୍ଚଳର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଠିକ୍ ସମୟରେ ୟୁ ସି ନଦେଲେ ଟଙ୍କା ଫେରିଯିବା ନେଇ ମଧ୍ୟ ସୂଚନା ଦେଇଥିଲେ।ଏହି ଅବସରରେ ଆପେଡା (ପୂର୍ବାଞ୍ଚଳ)ର ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ ଯୋଗଦେଇ କହିଲେ, କନ୍ଧମାଳ ଜିଲ୍ଲାର ସତେଜ ତଥା ପ୍ରକ୍ରିୟାକୃତ ହଳଦୀ ଏବଂ ଅନ୍ୟାନ୍ୟ କୃଷି ଜାତ ଦ୍ରବ୍ୟର ରପ୍ତାନି ବିପଣନ ପାଇଁ ଏହା ଏକ ସାମଗ୍ରିକ ଆଭିମୁଖ୍ୟ ଏବଂ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ରତ୍ପାନୀ ଦ୍ବାଅ କୃଷକଙ୍କ ଆୟ ବୃଦ୍ଧି ପାଇବ।

- Advertisement -

ଏହି ପ୍ରୟାସରେ ଆପେଡା ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଶ୍ରୀ ମଣ୍ଡଳ ପ୍ରତିଶ୍ରୁତି ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ସାମଲ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଦେବ ପ୍ରସାଦ ରାଉତରାୟ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ନାରାୟଣ ବାର, ଏକ୍ସପୋର୍ଟର ସୁରେନ୍ଦ୍ର ମନ୍ତ୍ରୀ, ଅନନ୍ୟାର ପରିଚାଳନା ନିର୍ଦେଶକ ତଥା ଉପଦେଷ୍ଟା ଅମରେଶ୍ୱର ମିଶ୍ର,କାର୍ଯ୍ୟକାରି ସମ୍ପାଦକ ବସନ୍ତ କୁମାର ବଡୁ, କୋଷାଧକ୍ଷ ତାରେଶ୍ୱର ପାଣି, ପ୍ରଶାନ୍ତ କୁମାର ଶତପଥୀ ଯୋଗଦାନ କରିବା ସହ ସ୍ଵଂୟ ସହାୟକ ମହିଳା ଗୋଷ୍ଠି କୃଷି ଉତ୍ପାଦ ସଙ୍ଘର କର୍ମକର୍ତ୍ତା ସେଚ୍ଛାସେବି ସଙ୍ଗଠନ ଓ ସଫଳ ହଳଦୀ ଚାଷୀ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମକୁ ଅନନ୍ୟା ର ମୁଖ୍ୟ କାର୍ଯ୍ଯ ନିର୍ବାହୀ ଅବିନାଶ ମହାନ୍ତି ପରିଚାଳନା କରିଥିଲେ। ଅଭିଜିତ ଭଟ୍ଟାଚାର୍ଯ୍ୟ ଓ ସୁନୀଲ କୁମାର ସାମନ୍ତରାୟ କାର୍ଯକ୍ରମ ପରିଚାଳନରେ ସହଯୋଗ କରୁଥିବା ବେଳେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସଂଯୋଜିକ ସୁସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories