Patra electronics

ବନପାଳ କାର୍ଯ୍ୟରୁ ନିଲମ୍ବିତ

କଲ୍ୟାଣସିଂହପୁର: ରାୟଗଡା ବନଖଣ୍ଡ ଅଧୀନରେ ଥିବା କଲ୍ୟାଣସିଂହପୁର ରେଞ୍ଜର ବନପାଳ ସହଦେଵ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ସେ କଲ୍ୟାଣସିଂହପୁର ରେଞ୍ଜର ନାରିଙ୍ଗିତୋଳା ବିଟ ରେ ବନପାଳ ଭାବରେ କାର୍ଯ୍ୟ ରତ ରହିଥିଲେ । ସେ କାର୍ଯ୍ୟରେ ଅବହେଳା ଯୋଗୁଁ ଡିଏଫଓ ସଚିନ ୱାଲେ ଆନା ସାହେବ ଅଚାନକ ଗସ୍ତ କରି ବନପାଳ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଯୋଗୁଁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ ନିୟମଗିରି ଅଞ୍ଚଳରେ ହାତୀ ଚଳପ୍ରଚଳ ହେଉଥିବା ଖବର ଡିଏଫଓ ଅଚାନକ ରାତ୍ର ସମୟରେ ତାଡ଼ମୁହିଁ ଅଞ୍ଚଳକୁ ଯାଇଥିଲେ। ଡିଏଫଓ ଗସ୍ତ ସମୟରେ ବନପାଳ ରାଉତ ଅନୁପସ୍ଥିତ ରହିଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।

Comments are closed.