www.samajalive.in
Thursday, December 11, 2025
18.1 C
Bhubaneswar

ମୁଖ୍ୟଯନ୍ତ୍ରୀଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ଦେଖିଲେ ଆଖି ଖୋସି ହୋଇଯିବ

ଡେସ୍କ: ହଜାରେ କି ଲକ୍ଷ ଟଙ୍କା ନୁହେଁ ବରଂ ୪୬ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟ। ରାଜ୍ୟ ଭିଜିଲାନ୍ସ ବିଭାଗ ବାଲେଶ୍ବର ରୁରାଲ୍‌ ୱାର୍କସ ସର୍କଲ ମୁଖ୍ୟଯନ୍ତ୍ରୀ ଏନ୍‌.ଭି. ହରିହର ରାଓଙ୍କ ବିପୁଳ ସଂପତ୍ତି ଠାବ କରିଛି। ଭିଜିଲାନ୍ସ ଦ୍ୱାରା ଚଢ଼ାଉ ସମୟରେ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ବ୍ରହ୍ମପୁରରେ ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ କୋଠା, ବ୍ରହ୍ମପୁରରେ ଫ୍ଲାଟ, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ବେନାମୀ ଫ୍ଲାଟ ସହ ନଗଦ ୪୬.୪୫ ଲକ୍ଷ ଟଙ୍କା ରହିଛି।

ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଢ଼ାଉ ସମୟରେ ୨ଟି କୋଠା, ଗୋଟିଏ ୩-ବିଏଚକେ ଫ୍ଲାଟ୍, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ସନ୍ଦେହଜନକ ବେନାମୀ ଫ୍ଲାଟ୍, ୪ଟି ମହଙ୍ଗା ଘର ପ୍ଲଟ୍ ଏବଂ ୧ କୋଟି ୧୧ ଲକ୍ଷରୁ ଅଧିକ ଟଙ୍କା ଜମା ଠାବ ହୋଇଛି।

- Advertisement -

ଠାବ ହୋଇଥିବା ସମ୍ପତ୍ତି ତାଲିକା…
୧) ବ୍ରହ୍ମପୁରର ଭବାନୀପୁରଠାରେ ପ୍ଲଟ ନଂ ୪୫୯୨ ଉପରେ ୨୧୦୦ ବର୍ଗଫୁଟ ଅଞ୍ଚଳ ବିଶିଷ୍ଟ ଏକ ଦୁଇ ମହଲା କୋଠା
୨) ଭୁବନେଶ୍ୱର ପାତ୍ରପଡ଼ାଠାରେ ପ୍ଲଟ୍ ନଂ-୨୮୪ ଉପରେ ୩୦ ବର୍ଗଫୁଟ ଅଞ୍ଚଳ ବିଶିଷ୍ଟ ଏକ କୋଠା
୩) ବ୍ରହ୍ମପୁରର ବୈଦ୍ୟନାଥପୁର, କାମାପଲ୍ଲୀସ୍ଥିତ ସ୍ପେକ୍ଟ୍ରମ୍ ଗ୍ରୀନ୍ ଆପାର୍ଟମେଣ୍ଟ ଫ୍ଲାଟ୍ ନଂ-୨୦୫, ପ୍ରଥମ ମହଲାରେ ପ୍ରାୟ ୧୨୦୦ ବର୍ଗଫୁଟ ପରିମିତ ଏକ ୩-ବିଏଚ୍କେ ଫ୍ଲାଟ୍
୪) ୨ ସନ୍ଦିଗ୍ଧ ବେନାମି ଫ୍ଲାଟ୍, ଓର୍କିଡ୍ ରେସିଡେନ୍ସି, ସୁନ୍ଦରପଡ଼ା, ବିବିଏସ୍ଆର୍ ଏବଂ ଅନ୍ୟଟି ବ୍ରହ୍ମପୁର ବୈଦ୍ୟନାଥନଗରସ୍ଥିତ ସ୍ୱସ୍ତିକ ଆପାର୍ଟମେଣ୍ଟରେ ରହିଛି। ମାଲିକାନା ଯାଞ୍ଚ କରାଯାଉଛି।
୫) ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ପ୍ଲଟ୍ ନଂ-୨୮୪, ଖାତା ନଂ-୨୩୫ରେ ୦.୦୮୪ ଡିସିଏମ୍ ଏଲ୍ ଅଞ୍ଚଳରେ ଏକ ଜମି
୬) ଭୁବନେଶ୍ୱର ଟାଙ୍ଗୀବନ୍ତଠାରେ ପ୍ଲଟ୍ ନଂ.୧୮୮, ଖଟା ନଂ.୨୬୬ ଅଧୀନରେ ୦.୦୦୫୮ ଡିସିଏମ୍ଏଲ୍ ଅଞ୍ଚଳରେ ଏକ ଜମି
୭) ବ୍ରହ୍ମପୁର ସହରରେ ପ୍ଲଟ୍ ନଂ.୪୫୯୨, ଖଟା ନଂ.୧୧୩୫ ରେ ୦.୦୫୭ ଡିସିଏମ୍ଏଲ୍ ଅଞ୍ଚଳରେ ଏକ ଜମି
୮) ଗଞ୍ଜାମ ବଡ଼ଗୁମୁଲାଠାରେ ପ୍ଲଟ୍ ନଂ.୧୩୬୦/୨୧୭୪, ଖଟା ନଂ.୩୬୭/୧୬୨ ର ଏକ ଖଣ୍ଡ ଜମି ଯାହାର ଆୟତନ ୦.୧୨୪ ଡିସିଏମ୍ ଏଲ୍
୯) ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଯାନ
ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ତାଙ୍କ ଭିଣୋଇଙ୍କ ଘରୁ ଚଢ଼ାଉ ବେଳେ ନଗଦ ୪୬.୪୫ ଲକ୍ଷ ଟଙ୍କା ଜବତ ହୋଇଛି। ଶ୍ରୀ ରାଓଙ୍କ ଭିଣୋଇ ବ୍ରହ୍ମପୁର ଜେଲରେ ସରକାରୀ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି। ଏତେ ପରିମାଣର ନଗଦ ଅର୍ଥର ଉତ୍ସ ଯାଞ୍ଚ କରାଯାଉଛି। ବ୍ରହ୍ମପୁର ଏସବିଆଇ ଶାଖାରେ ତାଙ୍କ ପତ୍ନୀଙ୍କ ନାମରେ ରଖାଯାଇଥିବା ଗୋଟିଏ ଲକର ଏପର୍ଯ୍ୟନ୍ତ ଖୋଲା ଯାଇନାହିଁ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories