Patra electronics

ପଞ୍ଚାୟତକୁ ମିଳୁଥିବା ଅର୍ଥକୁ ସୁବିନିଯୋଗ କଲେ ଗ୍ରାମାଞ୍ଚଳର ବିକାଶ ସମ୍ଭବ: ସାଂସଦ

ଜି.ଉଦୟଗିରି: ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଆପେଡା) ପକ୍ଷରୁ ଜିଲ୍ଲା ପ୍ରଶାସନ-କନ୍ଧମାଳ ଓ ଅନନ୍ୟାଙ୍କ ସହଯୋଗରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ- (କନ୍ଧମାଳ ହଳଦୀ) ତଥା କ୍ରେତା ବିକ୍ରେତା ସମ୍ମିଳନୀରେ ରପ୍ତାନି ଭିତ୍ତିକ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ କନ୍ଧମାଳ ହଳଦୀ ବିଶ୍ବ ବିଖ୍ୟାତ ଅଟେ ବୋଲି କହିଛନ୍ତି। ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଆସୁଥିବା ଅର୍ଥର ସୁବିନିଯୋଗ କରିପାରିଲେ ଗ୍ରାମାଞ୍ଚଳର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ।

Comments are closed.