ପାଟଣା: ପୁରୀ ଗୋବର୍ଦ୍ଧନ ମଠ ପରିସରରେ ପବିତ୍ର ଗୁରୁପୁର୍ଣିମା ମହୋତ୍ସବ ପାଳିତ ହୋଇଛି। ଏହି ମହୋତ୍ସବରେ ରାଜ୍ୟପାଳ ରଘୁବର ଦାସ ଯୋଗ ଦେଇ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥ ଓ ଶିଷ୍ୟ ମାନେ ବି ଶଙ୍କରାଚାର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଛନ୍ତି। ଫଳ ପୁଷ୍ପ ଆଦି ଭକ୍ତମାନେ ଅର୍ପଣ କରିଛନ୍ତି। ଏଥିପାଇଁ ମଠ ପରିସରରେ ଉତ୍ସବ ମୁଖର ହୋଇଉଠିଛି। ଏହି ଉପଲକ୍ଷେ ପୁରୀ ଶଙ୍କରାଚାର୍ଯ୍ୟ ମଠରେ ରାଜ୍ୟ ବାହାର ତଥା ଓଡିଶାର ବିଭିନ୍ନ ଜିଲ୍ଲାର ଭକ୍ତ ମାନେ ଆସି ଏହି ପୀଠରେ ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା କ୍ଷେତ୍ରିୟ ସମ୍ପାଦକ ପ୍ରହଲ୍ଲାଦ ମହାନ୍ତଙ୍କ ନେତୃତ୍ୱରେ ଜିଲ୍ଲାରୁ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ଶତାଧିକ ଭକ୍ତମାନେ ଆସି ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଦୀର୍ଘ ୫ଦିନ ଧରି ସେବା ଯୋଗାଇ ଦେଇଥିବା କେନ୍ଦୁଝର ଜିଲ୍ଲା କ୍ଷେତ୍ରିୟ ସମ୍ପାଦକ ପ୍ରହଲ୍ଲାଦ ମହାନ୍ତ ସୂଚନା ଦେଇଛନ୍ତି।
Popular Categories



