www.samajalive.in
Monday, December 15, 2025
17.1 C
Bhubaneswar

ବରଗଛ ଉପୁଡି ରାସ୍ତା ଜାମ

ଗୋପାଳପୁର: ଗୋପାଳପୁର ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଓ ସି ଟି କଲେଜ ସମ୍ମୁଖରେ ଥିବା ଏକ ବିରାଟକାୟ ବରଗଛ ଆଜି ସକାଳେ ହଠାତ୍ ଉପୁଡ଼ି ଯିବାରୁ ପ୍ରାୟ ୧ ଘଣ୍ଟା ରାସ୍ତା ଜାମ ରହିଥିଲ। ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୧ ଘଣ୍ଟା ମଧ୍ୟରେ ବରଗଛକୁ କାଟି ରାସ୍ତାକୁ ସଫା କରିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା। ଆଜି ସକାଳ ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ହଠାତ ବରଗଛଟି ମୂଳରୁ ଉପୁଡ଼ି ଯାଇ ରାସ୍ତା ଉପରେ ଓଲଟି ପଡିଥିଲା। କିନ୍ତୁ ସୈାଭାଗ୍ୟ ବଶତଃ ସେହି ସମୟରେ ବର୍ଷା ଲାଗି ରହିଥିବାରୁ ଉକ୍ତ ରାସ୍ତାରେ ଲୋକଙ୍କ ଯାତାୟାତ ସହ ଗାଡ଼ି ମୋଟର ଚଳାଚଳ କମ ରହିଥିବାରୁ ଏକ ନିଶ୍ଚିତ ବଡ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଥିଲେ। ଖବର ପାଇ ଗୋପାଳପୁର ପୁଲିସ ଓ ଏନଏସି ପକ୍ଷରୁ ବନବିଭାଗ ସମେତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories