www.samajalive.in
Sunday, December 14, 2025
19.1 C
Bhubaneswar

ବାଙ୍କୀ ମହୋତ୍ସବ ସୁପରିଚାଳନା କାର୍ଯ୍ୟକାରିଣୀ ବୈଠକ

କଳାପଥର(ବାଙ୍କୀ): ବାଙ୍କୀ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆଗାମୀ ଅକ୍ଟୋବର ୧୭ ରୁ ୨୧ ୫ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଙ୍କୀ ମହୋତ୍ସବ ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ କାର୍ଯ୍ୟକ୍ରମର ସମସ୍ତ ବିବରଣୀ ପ୍ରଦାନ କରିଥିଲେ। ଏଥିରେ ବାଙ୍କୀର କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ପ୍ରତିଭାମାନଙ୍କୁ ମହୋତ୍ସବ ସମ୍ମାନରେ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଅବସରରେ ମୀନାବଜାର, ସମ୍ବଲପୁରୀ, ଗୋଟିପୁଅ, ମହିଳାଭାଗବତ, ଓଡ଼ିଶୀ, ଛଉନୃତ୍ୟ, ସମ୍ବଲପୁରୀ ମେଲୋଡି ସହିତ ମହିଳା ଭାଗବତ, ଓଡ଼ିଶୀ କୀର୍ତ୍ତନ, ପାଲା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୌଦ୍ଧିକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ନିର୍ବାଚନ ମଣ୍ଡଳୀସ୍ତରୀୟ ଫୁଟବଲ୍‌, ଭଲି, କବାଡି ପ୍ରତିଯୋଗିତା ହେବା ପାଇଁ ସ୍ଥିର କରାଯାଇଛି। ପଶ୍ଚିମବାଙ୍କୀ, ସରଣ୍ଡାବାଙ୍କୀ, ପୂର୍ବବାଙ୍କୀ, କେନ୍ଦ୍ରବାଙ୍କୀ, ବାରଙ୍ଗକୁ ନେଇ ମିନିବାଙ୍କୀ ମହୋତ୍ସବ ଅନୁଷ୍ଠିତ ହୋଇ ସ୍ଥାନୀୟ ପ୍ରତିଭାମାନଙ୍କୁ ଚୟନ କରାଯାଇ ମହୋତ୍ସବ ମଣ୍ଡପରେ ସମ୍ମାନିତ କରାଯିବ। ଏହି ଉପଲକ୍ଷେ ମହୋତ୍ସବ ସ୍ମରଣିକା ଉନ୍ମୋଚନ କରିବା ସହ କୃତବିତ୍ ସନ୍ତାନଙ୍କୁ ଚର୍ଚ୍ଚିକା ସମ୍ମାନରେ ସମ୍ମାନୀତ କରାଯିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ଉପସଭାପତି ସନ୍ତୋଷ କୁମାର ରଣା, ସନାତନ ବେହେରା, ସୌମେନ୍ଦ୍ର ମିଶ୍ର, ଭାଗିରଥି ପାଣି, ସୁବାସ ଚନ୍ଦ୍ର ପାଢୀ, ଶ୍ରୀନିବାସ ବେହେରା, ଭାଗୀରଥି ବିଶ୍ୱାଳ, ଅନୁପମ ବଥୁଆଲ୍‌, କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories