www.samajalive.in
Sunday, December 14, 2025
19.1 C
Bhubaneswar

ଶିକ୍ଷାର ସାଥୀ ସାଜିଛନ୍ତି ଉର୍ମିଳା

ସମ୍ବଲପୁର: ସମ୍ବଲପୁରର ସାମାଜିକ ସଙ୍ଗଠନ ‘ଶିକ୍ଷା’ ପକ୍ଷରୁ ସହର ସମେତ ଜିଲାର ବିଭିନ୍ନ ଅପହଞ୍ଚ ଅଞ୍ଚଳରେ ପାଠ ପଢ଼଼ାରୁ ବଞ୍ଚିତ ରହିଥିବା ବାଳକ ଓ ବାଳିକା ମାନଙ୍କୁ ଶିକ୍ଷାଦାନ କରି ନିଜର ଭବିଷ୍ୟତ ଗଢ଼ି ତୋଳିବାର ଉଦ୍ୟମ ଜାରି ରଖିଛି। ଏଣୁ ଜିଲାର ଅନେକ ଗ୍ରାମାଞ୍ଚଳରେ ବିଦ୍ୟାଳୟକୁ ବିଭିନ୍ନ କାରଣରୁ ପହୁଞ୍ôଚ ପାରୁ ନ ଥିବା ଶିଶୁ ମାନଙ୍କୁ ଚାଟଶାଳୀ କାର୍ଯ୍ୟକ୍ରମ ଜରିଆରେ ‘ଶିକ୍ଷା’ ସଙ୍ଗଠନ ପକ୍ଷରୁ ଏକସୂତ୍ରରେ ବାନ୍ଧି ରଖିବା କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ସମ୍ବଲପୁର ସହରରୁ ପ୍ରାୟ ୨୮ କିମି ଦୂରରେ ଧମା ଅଞ୍ଚଳର ଡାକରା ପଞ୍ଚାୟତରେ ଅବସ୍ଥିତ ବଡମାଳ ଗ୍ରାମରେ ଚାଟଶାଳୀ ଜରିଆରେ ଶିକ୍ଷାର ସାଥି ସାଜିଛନ୍ତି ଉର୍ମିଳା ମନ୍ଦୋଦରୀ। ୧୧୩ଟି ପରିବାରର ୬ ଶହ ସଦସ୍ୟ ସମ୍ବଳିତ ଏହି ଗ୍ରାମର ନିବାସୀ ଉର୍ମିଳା ତାଙ୍କର ସ୍ୱାମୀ ଭଗବାନ, ପୁତ୍ର ଉମା ଓ ଭାରତୀ ଙ୍କ ସହିତ ରହୁଛନ୍ତି। ଭଗବାନ ଚାଷ କାର୍ଯ୍ୟ କରି ପରିବାରର ଭରଣପୋଷଣ କରୁଥିବା ବେଳେ ଉର୍ମିଳା ଚାଟଶାଳୀ ଜରିଆରେ ୩୦ ଜଣ ଛାତ୍ରଛାତ୍ରୀ ଙ୍କୁ ସବୁ ଦିନ ପାଠ ପଢ଼଼ାଉଛନ୍ତି।

ସରକାରୀ ପ୍ରୋତ୍ସାହନ ସତ୍ୱେ ବିଭିନ୍ନ କାରଣରୁ ଗ୍ରାମର ପିଲା ମାନେ ପାଠ ପଢ଼଼ୁ ନ ଥିବା ବେଳେ ସେମାନଙ୍କୁ ସ୍ୱଇଚ୍ଛାରେ ପାଠ ପଢ଼଼ାଇବାର ଦାୟିତ୍ୱ ନେଇଛନ୍ତି। ଗ୍ରାମର କିଛି ଛୁଆ ମାନେ ପାଠ ନ ପଢ଼଼ି ଏଣେ ତେଣେ ବୁଲିବା, ଖେଳିବା ଓ ତାଙ୍କର ଅଭିଭାବକ ଙ୍କୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବା ଦେଖି ତାଙ୍କ ମନ ବ୍ୟଥିତ ହୋଇଥିଲା। ଛୁଆ ମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ପାଠ ପଢ଼଼ିବା ପାଇଁ ପ୍ରେରିତ କରିଥିଲେ। ଶିକ୍ଷା ସଙ୍ଗଠନର ସହାୟତାରେ ଗ୍ରାମରେ ସଭା କରି ପାଠ ପଢ଼଼ୁ ନ ଥିବା ଶିଶୁ ମାନଙ୍କର ଅଭିଭାବକ ମାନଙ୍କୁ ଶିକ୍ଷାର ମୂଲ୍ୟ ବୋଧ କରାଇବା ସହିତ ସେମାନଙ୍କୁ ଶିକ୍ଷା ସାମଗ୍ରୀ ପ୍ରଦାନ କରାଯାଇଥିଲା। ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଗ୍ରାମବାସୀ ଚାଷ ଉପରେ ନିର୍ଭରଶୀଳ ରହିଥିବା ବେଳେ ଅଭିଭାବକ ମାନଙ୍କ ଆର୍ଥିକ ଅଭାବରୁ ଛୁଆ ମାନଙ୍କୁ ଉତ୍ତମ ଶିକ୍ଷା ପାଇଁ ଆବଶ୍ୟକୀୟ ଅତିରିକ୍ତ ସମ୍ବଳ ନାହିଁ। ଉର୍ମିଳା ଙ୍କ ଦ୍ୱାରା ମାଗଣାରେ ଟ୍ୟୁସନ ଦିଆଯାଉଥିବାର ଗ୍ରାମରେ ପ୍ରଚାରିତ ହେବା ପରଠାରୁ ଛାତ୍ରଛାତ୍ରୀ ମାନେ ନିୟମିତ ମାଗଣାରେ ପଢ଼ୁ଼ଛନ୍ତି। ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ପିଲା ମାନଙ୍କୁ ପାଠ ପଢ଼଼ା ଯାଉଥିବା ବେଳେ ଶନିବାର ଚାଟଶାଳୀରେ ସାପ୍ତାହିକ ପରୀକ୍ଷା କରାଯାଏ। ଏଥି ସହ ରବିବାର ଦିନ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ଓ ପ୍ରତିଭା ବିକାଶ ନିମନ୍ତେ ନାଚ, ଗୀତ, ଚିତ୍ରାଙ୍କନ, ଖେଳକୁଦ ଆଦି କରାଯାଇ ପ୍ରୋତ୍ସାହିତ କରାଯାଉଛି। ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଉର୍ମିଳା ଙ୍କ ଜରିଆରେ ଜାରି ଏହି ଅଭିନବ ପ୍ରୟାସକୁ ଗ୍ରାମବାସୀଙ୍କ ସମେତ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories