www.samajalive.in
Sunday, December 14, 2025
26.1 C
Bhubaneswar

ବୁର୍ଲାର ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁର୍ଲା: ବୁର୍ଲାରେ ମହାଶିବରାତ୍ରି ଉପଲକ୍ଷେ ସମସ୍ତ ଶିବାଳୟ ମାନଙ୍କରେ ପ୍ରବଳ ଭକ୍ତଙ୍କ ଭିଡ଼ ସମାଗମ ହୋଇଥିବା ବେଳେ ବୁର୍ଲା ସହରର ସର୍ବପୁରାତନ ପୀଠ ପାହାଡ଼ ଶିଖର ଦେଶରେ ରହିଥିବା ପାହାଡ଼ି ବାବାଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ଭିଡ଼ ସମାଗମ ହୋଇଥିଲା। ଭୋର ସମୟରୁ ଶିବାଳୟ ମାନ ଲୋକାରୋନ୍ୟ ହୋଇ ଉଠିଥିଲା। ବିଶେଷକରି ବୁର୍ଲା ସହରର ମହତାବନଗର ରାସ୍ତା ମଧ୍ୟଦେଇ ଚାନ୍ଦଲିଡ଼ୁଙ୍ଗ୍ରୀ ପାହାଡ଼ ଶୀଖର ଦେଶରେ ପାହାଡ଼ି ବାବା ମନ୍ଦୀର ଅବସ୍ତିତ ମନ୍ଦିରକୁ ପ୍ରାୟ ଦୁଇଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଯୁବକ, ଯୁବତୀଙ୍କ ଠାରୁ ଆରମ୍ଭକରି ଶିଶୁ, ବୃଦ୍ଧ, ବୃଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚଢ଼ି ଚଢ଼ି ଯାଇଥିଲେ। ଚାନ୍ଦଲିଡ଼ୁଙ୍ଗ୍ରୀ ଚୂଡ଼ାରେ ନିଛାଟିଆ ସ୍ତାନରେ ଥିବା ଶିବାଳୟ ସର୍ବ ପୁରାତନ। କାରଣ ମନ୍ଦିରର କେତେ ପୂରାତନ ତାହା ସ୍ତାନିୟ ବୃଦ୍ଧଙ୍କୁ ଠାରୁ ସୁଚନା ଅନୁଯାୟୀ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ମନ୍ଦୀରକୁ ନିର୍ମାଣ କରାଯାଇଥିବା ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ପାଇଛି। ସର୍ବପୁରାତନ ମନ୍ଦୀର ପ୍ରତି ଭକ୍ତଗଣଙ୍କ ଅନେକ ଆସ୍ଥା ବିଶ୍ୱାସ ରହିବା ସହିତ ଭକ୍ତଙ୍କ ମନୋସ୍କାମନା ପୁରଣ ହେବାର ମାନ୍ୟତା ରହିଛି। ମନ୍ଦିରକୁ ମହାଦେବ ଯୁବକ ସଂଘ ପକ୍ଷରୁ ରଙ୍ଗ କରାଯିବା ସହିତ ଭକ୍ତଗଣଙ୍କ ପାଇଁ ଅନେକ ବ୍ୟବସ୍ଥା ତଥା ପାନିୟ ଜଳ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା। ପାହାଡ଼ ଶୀଖରରେ ଅର୍ଣ୍ଣଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ମନ୍ଦୀରକୁ ପୁର୍ବରୁ ଯାଇ ପୂଜାର୍ଚ୍ଚନା କରାଯାଉଥିବା ସ୍ତଳେ ବର୍ତ୍ତମାନ କେବଳ ଶ୍ରାବଣ ମାସର ପ୍ରତି ସୋମବାର ଏବଂ ଶିବରାତ୍ରି ଉପଲକ୍ଷେ ଗୋଟିଏ ଦିନ ହିଁ ପୀଠରେ ପୂଜାର୍ଚ୍ଚନା କରାଯାଇଥାଏ। ଭୋର ସକାଳୁ ମନ୍ଦୀରକୁ ଭକ୍ତମାନଙ୍କ ସୁଅ ଛୁଟିଥିଲା ହଜାର ହଜାର ମାତ୍ରାରେ ଭକ୍ତ ମନ୍ଦିରକୁ ଯାଇଥିଲେ। ବୁର୍ଲା ମେଡ଼ିକାଲର ଡାକ୍ତରୀ ଛାତ୍ରଛାତ୍ରୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଭିସୁଟର ଛାତ୍ରଛାତ୍ରୀ ତଥା ଆନ୍ୟାନ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଧ୍ୟ ମହାଶିବରାତ୍ରି ଉପଲକ୍ଷେ ଦର୍ଶନ ପାଇଁ ମଧ୍ୟ ଯାଇଥିଲେ। ତତ୍ସହିତ ନିଜ ନିଜ ତରଫରୁ କିଛି ଖର୍ଚ୍ଚ କରି ମନ୍ଦୀରରେ ଛାଉଣି, ଆଲୋକ ପାଇଁ ଜେନେରେଟର ବ୍ୟବସ୍ତା ଏବଂ ଭକ୍ତଙ୍କ ରାତ୍ରି ଉଜାଗର ପାଇଁ ମଧ୍ୟ ବ୍ୟବସ୍ତା କରାଯାଇଛି। ଏହି ପାହାଡ଼ ଉପରେ ମଧ୍ୟ ଭକ୍ତଗଣ ରାତ୍ରି ଉଜାଗର ମଧ୍ୟ ରହିବାର ବ୍ୟବସ୍ତା ହୋଇଛି। ପୁରାତନ ଶିବାଳୟକୁ ଗମନାଗମନର ସୁବିଧା ସହିତ ଏପରି ଭାବରେ ପ୍ରକୃଷ୍ଟ ସ୍ତଳ ପ୍ରକୃତି ପ୍ରଦତ୍ତ ଝରଣା ତଥା ସବୁଜିମାରେ ପରିପୁର୍ଣ୍ଣ ପୀଠକୁ ବିକଶିତ କରାଯାଏ ତା ହେଲେ ଏହା କପିଳାଶ ସଦୃଶ ଏକ ପର୍ଯ୍ୟଟନ ସ୍ତଳ ଭାବରେ ବିକଶିତ ହୋଇପାରିବ। ଅନେକ ଲୋକାରନ୍ୟରେ ଆଜି ପାହାଡ଼ି ବାବାଙ୍କ ପୀଠ ଭର୍ତ୍ତୀ ହୋଇ ରହିଥିଲା। ତତ୍ସହିତ ବୁର୍ଲା ସହରର ପୁରାତନ ଗାଁ ବୁର୍ଲାର ସର୍ବପୁରାତନ ଶିବାଳୟ ପ୍ରବଳ ଭକ୍ତଙ୍କ ଭିଡ଼ ସମାଗମ ହୋଇଥିଲା, ବୁର୍ଲା ଗୋଲକୁଣ୍ଡା ସୋମନାଥ ମନ୍ଦୀର, ସୁନ୍ଦରରାଜନ ପୋଲ ନିକଟ ଶିବାଳୟ, ପଠାଣବନ୍ଧ ସ୍ତିତ ଯୋଗେଶ୍ୱର ବାବା ଶିବପିଠ, କୃଷ୍ଣମନ୍ଦୀର ଶିବପିଠ, ଏମସିଏଲ ଆନନ୍ଦ ବିହାରସ୍ତିତ ଶିବାପିଠ, ବିଦ୍ୟୁତକଲୋନି ନିକଟ ଶିବପୀଠ, ଜ୍ୟୋତିବିହାର ଶିବପୀଠ, ଗୁହୀରାଟିକ୍ରାର ଶିବପିଠରେ ହଜାର ହଜାର ମାତ୍ରାରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ସମାଗମ ହୋଇଥିବା ସ୍ତଳେ ଉକ୍ତ ଶିବପୀଠ ମାନଙ୍କରେ ସ୍ଥାନିୟ ଲୋକ ତଥା ସହୃଦୟ ଭକ୍ତ ମାନଙ୍କ ଦ୍ୱାରା ଅର୍ଣ୍ଣକୋଟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସମସ୍ତ ପୀଠମାନଙ୍କରେ ରାତ୍ରି ଉଜାଗର ରହିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଥିବା ଜଣାପଡ଼ିଛି। ଏହା ସହିତ କେତେକ ପୀଠ ମାନଙ୍କରେ ପୁଲିସ ବ୍ୟବସ୍ଥା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories