କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କୋଟଲାଙ୍ଗ ଗ୍ରାମର ଅର୍ଜୁନ ଗାଣ୍ଟାଙ୍କ ପୁଅ ଟୁନା ଗାଣ୍ଟା (୧୬)ର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ସକାଳ ସମୟରେ ନିଜ ଘରେ ଟୁନା ଗାଣ୍ଟା ପୁରୁଣା କୁଲର ପ୍ଲଗ ଲଗାଇ ସୁଇଚ ମାରିବା ବେଳକୁ ବିଦ୍ୟୁତ ସଂସ୍ପର୍ଶରେ ଆସି ପଡି ଯାଇଥିଲା। ସେହି ସମୟରେ ଘରେ କେହି ନଥିଲେ। କିଛି ସମୟ ପରେ ନିଜ ଘରଲୋକ ଓ ସମ୍ପର୍କୀୟ ମାନେ ଦେଖି ତୁରନ୍ତ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କଲ୍ୟାଣସିଂହପୁର ଥାନା ଏସଆଇ ଶିଵ ପ୍ରସାଦ ସାହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ବିଦ୍ୟୁତ ଆଘାତରେ ଯୁବକ ମୃତ
Popular Categories



