ଆଖଣ୍ଡଳମଣିଙ୍କ ଦର୍ଶନ କରି ଆଶିଷ କାମନା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଆରଡି: ରାଜ୍ୟରେ ବିଜେପି ସରକାର ଗଠନ ପରେ ମନ୍ତ୍ରୀ ପଦ ପାଇଥିବା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଶନିବାର ଆରଡିପୀଠକୁ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମନ୍ତ୍ରୀଙ୍କ ସହ ଭଦ୍ରକ ବିଧାୟକ ସିତାଂଶୁ ମହାପାତ୍ର ଧାମନଗରରୁ ଏକ ଶୋଭାଯାତ୍ରାରେ ଆସି ଆରଡି ପୀଠରେ ପହଁଚିବା ପରେ ସେବାୟତଙ୍କ ସହ ମଣିବାବାଙ୍କ ମନ୍ଦିରକୁ ଯାଇ ମୁକ୍ତିମଣ୍ଡପରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ବେଢା ପରିକ୍ରମା କରିଥିଲେ। ପରେ ମନ୍ଦିର କାର୍ଯ୍ୟାଳୟରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ କିଛି ସମୟ ଧରି ଆଲୋଚନା କରି ଭଦ୍ରକ କାଳୀଙ୍କ ଦର୍ଶନ ଅଭିମୁଖେ ବାହାରିଥିଲେ। ମନ୍ତ୍ରୀଙ୍କ ଗସ୍ତକୁ ନେଇ ପୀଠରେ ଚାନ୍ଦବାଲି ତହସିଲିଦାର ଅଶ୍ବନି ଭୂୟାଁ, ବିଡିଓ ଅସିତ ମହାନ୍ତି, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଆର.ଆଇ ଦେବାଶିଷ ରାୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।

Comments are closed.